ନିଶ୍ଚିନ୍ତକୋଇଲି, ୨୯/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ଅସାବଧାନତା ତଥା ପ୍ରଲୋଭନ ର ବଶବର୍ତ୍ତୀ ହୋଇ ଅର୍ଥପଛରେ ଧାଇଁବା ସାଇବର ଠକେଇ ର ମୁଖ୍ୟ କାରଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଛନ୍ତି । 
ଆଜି ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳ ପଞ୍ଚାୟତ ସମ୍ମିଳନି କକ୍ଷ ରେ ଆର୍ଥିକ ସହାୟତା ଓ ସାକ୍ଷରତା ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ସାଲେପୁର ଏସଡିପିଓ ବିରଂଚି ନାରାୟଣ ପତି ଯୋଗ ଦେଇଥିଲେ । ଡାକ ବିଭାଗରେ ଆସିଷ୍ଟାଣ୍ଟ ଡାଇରେକ୍ଟର ସନ୍ତୋଷ କୁମାର ରଥ ସଭାପତିତ୍ବ କରିଥିଲେ । ନେମାଳ ପଞ୍ଚାୟତ ର ସରପଂଚ ସସ୍ମିତା ମହାନ୍ତି,ସମିତି ସଭ୍ୟ ବିଶେଦୁ ମହାରଣା,ଡାକ ବିଭାଗର ଅଧିକାରୀ ଅପରାଜିତ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧି ଜୀବି ଯୋଗଦେଇଥିଲେ ।
ପ୍ରତ୍ୟେକ ପରିବାରର ସଦସ୍ୟମାନେ ସୁକନ୍ୟା ଯୋଜନା, ଅଟଳ ପେନସନ ଯୋଜନା, ବୟସ୍କ ବ୍ୟକ୍ତି ମାନଙ୍କ ର ବୀମା ସହିତ ବାହାର ଫାଇନାନ୍ସ କମ୍ପାନୀରେ ଟଙ୍କା ନରଖି କେବଳ ଡାକଘରେ ଟଙ୍କା ରଖିବା ନିରାପଦ ବୋଲି ଆସିଷ୍ଟାଣ୍ଟ ଡାଇରେକ୍ଟର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପୋଷ୍ଟ|ଲ ସହଯୋଗୀ ପ୍ରଦୀପ୍ତ କୁମାର ଭୂୟାଁ,ରାଧାକୃଷ୍ଣମହାପାତ୍ର,ମାନସ କୁମାର ପଣ୍ଡା, ରଶ୍ମି ରଞ୍ଜନ ଦାସ୍, ବାଳକୃଷ୍ଣ ସାହୁ,ମଳୟ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଖପାଖ ଅଂଚଳର ଏକଶହରୁ ଉର୍ଦ୍ଧ ସଚେତନ ନାଗରିକଏଥିରେ ଯୋଗଦେଇଥିଲେ ।
