କଟକ ସଦର,୨୩/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳ ତଥା କଟକ ସଦର ଅନ୍ତର୍ଗତ ନୂଆପଡ଼ା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ୨ ର ୮ ଏକର ପରିମିତ ଜମିରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ସିପିଡଵ୍ଲ୍ୟ ଦ୍ୱାରା ଦୁଇବର୍ଷ ସମୟସୀମା ମଧ୍ୟରେ ନିର୍ମାଣ ହେବାକୁ ଥିବା ନୂତନ ସ୍ଥାୟୀ ଵିଲଡିଂ ର ଶୁଭ ଶିଳାନ୍ୟାସ ଆଜି ଶନିବାର ଜାତୀୟ ସ୍ପେସ ଦିବସ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୂଵନେଶ୍ୱର ର ଉପ ଆୟୁକ୍ତ ଡ଼ଃ ସିହରନ୍ ଵୋଷ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ କୈ।ଣସି ଭାଷଣ ନଦେଇ ଉପସ୍ଥିତ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିବା ସହିତ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବାକୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଥିଲେ।
ଅତିଥି ମାନଙ୍କୁ ସମ୍ବୋଧନ କରିବା ଅବସରରେ ଧର୍ମେନ୍ଦ୍ର କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ଇଂରାଜୀ ବିଧାୟକ କହିବା କୁ ନେଇ ସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା।
ଏଥିରେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାୟୀ ଵିଲଡିଂ ନିର୍ମାଣ ପାଇଁ ପୂର୍ବତନ କର୍ପୋରେଟର କୈଳାଶ ବସ୍ତିଆ ଓ ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ ଙ୍କ ଆନ୍ତରିକ ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ,ସିଏମସି କମିଶନର କିରଣଦୀପ କୈ।ର, ବିଜେପି ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ।
ଶେଷରେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଧର୍ମେନ୍ଦ୍ର ଙ୍କୁ ନୂଆପଡ଼ା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳକୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ପାଛୋଟି ନେଇଥିଲେ।
