ଶ୍ରୀଲିଙ୍ଗରାଜଙ୍କ ଦୋଳଯାତ୍ରାରେ ଭଜନ ସମାରୋହ

ଭୁବନେଶ୍ୱର,୦୫/୦୩/୨୦୨୬ (ଓଡ଼ିଶା ସମାଚାର)-ଦୋଳପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦୋଳବେଦୀକୁ ରାତି ୮ଟାରେ ଯାତ୍ରା କରିଥିଲେ । ଗୋଟିଏ ପଟେ ବିଶ୍ୱନାଥ ମନ୍ଦିର ନିକଟରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ, ମା’ପାର୍ବତୀ ଓ ମା’ ଦୁର୍ଗା ଦୋଳବେଦୀରେ ଝୁଲୁଥିବା ବେଳେ ସମ୍ମୁଖରେ ଦୋଳଗୋବିନ୍ଦ ଦୋଳବେଦୀରେ ବସି ତାଚେରୀ ଭୋଗ ଖାଇଥିଲେ । ଏହି ଅବସରରେ ଲିଙ୍ଗରାଜ ଭଜନ ମଣ୍ଡପରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଲିଙ୍ଗରାଜ ମହାପ୍ରଭୁ ଦୋଳବେଦୀରୁ ପ୍ରତ୍ୟାବର୍ତନ ରାତି ୨ଟା ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଉପସଭାପତି ତଥା ବିଜେପି ରାଜ୍ୟ ପୂର୍ବତନ ସଭାପତି ସମୀର ମହାନ୍ତି, ବରିଷ୍ଠ ଆଇନଜୀବି ତଥା କମିଟିର ଉପସଭାପତି ଶିବାନନ୍ଦ ରାୟ, ସାଧାରଣ ସମ୍ପାଦକ ସନତ ମିଶ୍ର ବିବରଣୀ ପାଠ କରିଥିଲେ ଓ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ । ଏଥିରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ବାବନ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ପ୍ରମୋଦ କୁମାର ଦାସ, ଗଣେଶ ପାଲ, ତପନ ମହାସୁଆର, କେଦାରନାଥ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ସୁଧୀର ରଞ୍ଜନ ଜେନା, ଦେବାଶିଷ ସ୍ୱାଇଁ ସମେତ ବହୁ ସଭ୍ୟ ସାମିଲ୍ ହୋଇଥିଲେ ।

ଏଥିରେ କଣ୍ଠଶିଳ୍ପୀ ମହାପ୍ରସାଦ କର, ପ୍ରଶାନ୍ତ ପାଢୀ, ରାଜେନ୍ଦ୍ର ବାରିକ, ସ୍ୱପ୍ନାପ୍ରିୟା, ସସ୍ମିତା ପଟ୍ଟନାୟକ, ମେଘା ମନସ୍ୱିନୀ, ପଦ୍ମଜା ସ୍ୱାଇଁ, ସନ୍ଧ୍ୟାରାଣି ମିଶ୍ର, ଶୁଭଜ୍ୟୋତି, ମଧୁସ୍ମିତା ପାଣି, ପ୍ରଦୀପ ସାହୁ, ଲିଟିଲି ମାମା, ସୁବାଷ, ମେଘା ମନସ୍ୱିନୀ, ଦୀପକ ମହାପାତ୍ର, ଉପେନ୍ଦ୍ର ପାଢୀ, ସଂଗ୍ରାମ ମହାନ୍ତି, ରାଜକିଶୋର ବାରିକ, ପବିତ୍ର କୁମାର ସାହୁ, ସ୍ୱପ୍ନା ପି୍ରୟା, ରୋଜାଲିନ ପଟ୍ଟନାୟକ କଣ୍ଠଦାନ କରିଥିଲେ । ବାଦ୍ୟଯନ୍ତ୍ରରେ ତବଲା ବାଦକ ଅନନ୍ତ ସାହୁ, ଢୋଲକରେ ଅକ୍ଷୟ ସାହୁ, ସୁରେନ୍ଦ୍ର ବରାଳ, ପ୍ୟାଡ଼ରେ ସୌମ୍ୟରଞ୍ଜନ ପ୍ରଧାନ, କିବୋର୍ଡ଼ରେ ରାଜକିଶୋର ସାମଲ, ସୂତାରରେ ସରୋଜ ବଡ଼ନ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *