ନିଶ୍ଚିନ୍ତକୋଇଲି,୨୭/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ଭାଗବତ ଓଡ଼ିଆ ଜାତିର ଆଧ୍ୟାତ୍ମିକ ସ୍ପନ୍ଦନ ଭାବେ ସାଂସ୍କୃତିକ ଚେତନା, ନୈତିକତା ଓ ଭାବ ଭାସ୍କର୍ଯ୍ୟ ର ଅନନ୍ୟ ଅଭିପ୍ରକାଶ। ମୋହାଛନ୍ନ ମଣିଷ ର ମୋହ କୁ ବିନାଶ ପୂର୍ବକ ଭାବଗତ ଅସ୍ମିତା ସୃଷ୍ଟି କରିବା ଭାଗବତ ର ମୂଳଧର୍ମ ବୋଲି ଶ୍ରୀ ମଦ ଭାଗବତ ଜନ୍ମୋତ୍ସବ ପାଳନ ଅବସରରେ ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ନିଶ୍ଚିନ୍ତକୋଇଲି ଶାଖା ଆନୁକୁଲ୍ୟରେ ନିଶ୍ଚିନ୍ତକୋଇଲି ଓଥକା ସ୍ଥ ପଣ୍ଡା ଭବନ ପରିସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପରିଷଦ ର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ପ୍ରକୃତି ବନ୍ଧୁ ଅକ୍ଷୟ କୁମାର ଷଡଙ୍ଗୀ, ମୁଖ୍ୟ ବକ୍ତା ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା, ବରେଣ୍ୟ ଅତିଥି ଭାବେ କବି କୁଳମଣି ସାହୁ, ବରିଷ୍ଟ ନାଗରିକ କୃଷ୍ଣଚନ୍ଦ୍ର ମହାପାତ୍ର, ନୃସିଂହ ଚରଣ ପଣ୍ଡା ପ୍ରମୁଖ ଯୋଗଦାନ କରି ଭାଗବତ ର ଭାବଗତ ଚର୍ଚ୍ଚା ସହ ଶ୍ରୀମଦ୍ ଭଗବତ ପୂଜନ ଓ ପଠନ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ପ୍ରିୟଦର୍ଶିନୀ ମହାପାତ୍ର, ଜେମା ପଣ୍ଡା, ରଶ୍ମିତା ସାହୁ, ପୂର୍ଣ୍ଣିମା ମହାପାତ୍ର, ରଘୁନାଥ ସାହୁ, ନିରୁପମା ମହାପାତ୍ର, ପ୍ରମିଳା ସାହୁ, ନିର୍ମଳା ମହାପାତ୍ର, ଅପର୍ଣ୍ଣା ସାହୁ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଶେଷରେ କୈଳାସ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
