ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ

ନିଶ୍ଚିନ୍ତ କୋଇଲି, ୨୭/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚିନ୍ତ କୋଇଲି ବ୍ଲକ ଅସୁରେଶ୍ୱର ମଦର ଟେରେସା ମୂକ ବଧିର ଉଚ୍ଚ ବିଦ୍ୟାଳୟ ପରିସରରେ ସଞ୍ଜିବନୀ ସେବା ଫାଉଣ୍ଡେସନ ଆନୁକୁଲ୍ୟରେ ବିଦ୍ୟାଳୟ ର ମୂକ ଓ ବଧିର କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ସମାଜସେବୀ ଶ୍ରୀକ୍ଷେତ୍ର ଚନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନ ଅବସରରେ ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସଞ୍ଜିବନୀ ସେବା ଫାଉଣ୍ଡେସନ ର ସମ୍ପାଦକ ଯୁବ ସ୍ୱେଚ୍ଛାସେବୀ ପ୍ରକୃତି ବନ୍ଧୁ ବିକ୍ରମ କେଶରୀ ନାଥ ଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଯୋଗ ଦେଇ ଅନୁଷ୍ଠାନ ର କୋମଳମତି ଶିଶୁ ମାନଙ୍କ ପ୍ରତି ସମାଜ ର ସବୁ ବର୍ଗରୁ ତ୍ୟାଗ, ସମର୍ପଣ ଓ ସକାମ ଦୃଷ୍ଟି ସମ୍ପନ୍ନ ପ୍ରତିବଦ୍ଧତା ରହିବା ବିଧେୟ ବୋଲି ମତ ପ୍ରକାଶ କରିଥଲେ।

ମୁଖ୍ୟ ବକ୍ତା ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା, ବରେଣ୍ୟ ଅତିଥି ଭାବେ ପ୍ରଧାନଶିକ୍ଷକ କେଦାର କୁମାର ସେଠୀ, ସହକାରୀ ଶିକ୍ଷକ ରାସ ରଞ୍ଜନ ପତି, ୱାର୍ଡେନ ଅମିତ କୁମାର ସାମଲ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନ ପ୍ରଦତ୍ତ ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ସତ୍ୟ ପ୍ରକାଶ ରାଉତ, ପ୍ରଶାନ୍ତ ସାମଲ, ଜୟ ପ୍ରକାଶ ବେହେରା, କ୍ଷୀରୋଦ ଚନ୍ଦ୍ର ଜେନା, ଋତୁକାନ୍ତ ଦାସ, ରାଜେନ୍ଦ୍ର ଦାସ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *