ଯାଜପୁର, ୨୬/୦୩/୨୦୨୪ (ଓଡ଼ିଶା ସମାଚାର)-ବରୀ ନିର୍ବାଚନ ମଣ୍ଡଳୀ ୨୧ନ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ବିଜୁ ଜନତା ଦଳ ର ବରିଷ୍ଠ କର୍ମକର୍ତ୍ତା ଅଶୋକ କୁମାର ସାମଲ ଆଜି ହୋଲି ଅବସରରେ ତାଙ୍କ ବାସଭବନ ରେ ସମସ୍ତ କର୍ମୀ ,ସହ ଯୋଗୀ , ଶୁଭେଚ୍ଛୁ , ଗ୍ରାମବାସୀଙ୍କ ସହ ହୋଲି କୁ ଧୁମଧାମରେ ପାଳନ କରିଥିବାର ଦେଖିବାକୁ ମିଳିଥିଲା ।
ଶ୍ରୀ ସାମଲ ବୟସ୍କ ମାନଙ୍କ ଠାରୁ ଆଶୀର୍ବାଦ ନେଇ , ନିଜର ସାମ ବୟସ୍କ କର୍ମୀ ମାନଙ୍କୁ ମିଠା ଖୁଆଇ ସେମାନଙ୍କ ଶୁଭ ମଣିବା ସହ ବରୀ ବାସୀଙ୍କ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିଛନ୍ତି ।
ସମସ୍ତେ ଭଲରେ ରୁହନ୍ତୁ ଭାଇଚାରା ବରୀରେ ବଜାୟ ରହୁ ଓ ବରୀ ର ସାମଗ୍ରିକ ଉନ୍ନତି ହେଉ ବୋଲି ସେ ପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରିବା ସହ ବିଜେଡି ଦଳ ର ସୁପ୍ରିମୋ ଓ ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।