ଯଶପଡା ଗଣେଶ ଭସାଣି ଶାନ୍ତି ଶୃଙ୍ଖଳାରେ ଶେଷ 

କଟକ ସଦର, ୦୮/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଯଶପଡା ଗଣେଶ ଭସାଣି ଉତ୍ସଵ ପରମ୍ପରା ଅନୁଯାୟୀ ଇନ୍ଦୁ ପୂର୍ଣ୍ଣମୀ ପରଦିନ ଅର୍ଥାତ ଆଜି ସୋମବାର ଦିନ  ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।

ଏଥିପାଇଁ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ଜନସାଧାରଣ ଉଚ୍ଚ ପ୍ରଶଂସା କରୁଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ୪ ପ୍ଲାଟୁନ ପୋଲିସ ବଳଙ୍କ ସହିତ ମାଜିଷ୍ଟ୍ରେଟ ଦାୟିତ୍ବରେ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, ଅତିରିକ୍ତ ଏସ୍ ପି ପ୍ରଦୀପ କୁମାର ସାହୁ, ଡିଏସପି ନିରଞ୍ଜନ ଶବର, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି, କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଯୁଗଳ କିଶୋର ଦାସ ପ୍ରମୁଖଙ୍କ ସହିତ ଅଗ୍ନିଶମ ବାହିନୀ ସଜାଗ ରହିଥିଲେ।

ଏହି ଅବସରରେ ମେଳଣ ପଡ଼ିଆରେ ପୋଲିସ ସହାୟତା କେନ୍ଦ୍ର ସହିତ ରୋଜାଲିନ ଏଜୁକେସନାଲ ଟ୍ରଷ୍ଟ ର ଅଧ୍ୟକ୍ଷା ରୋଜାଲିନ ଭୂୟାଁ ଙ୍କ ଦ୍ୱାରା ପରିଚାଳିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲ ପକ୍ଷରୁ ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ ଓ ନିର୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ପରିଚାଳନାରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଖୋଲାଯାଇଥିଲା।

ନିର୍ଧାରିତ ସମୟସୀମା ମଧ୍ୟରେ ମେଢ଼ ଓ ମୂର୍ତ୍ତିଙ୍କୁ ଯେଝା ଯେଝା ସ୍ଥାନରେ ଶୃଙ୍ଖଳା ର ସହ ବିସର୍ଜନ କରାଯାଇଥିଲା। ପରିଚାଳନା ରେ ଭସାଣି ଉତ୍ସଵ କମିଟିର ସଭାପତି ଯଶପଡା ସରପଂଚ ମିନତୀ ସେଠୀ, ସଂପାଦକ ଧରିଣା ସରପଂଚ ରତ୍ନାକର ରାଉତଙ୍କ ସମେତ ପ୍ରତ୍ୟେକ ପୂଜା କମିଟି ର କର୍ମକର୍ତ୍ତା ମାନେ ସହାୟତା କରିଥିଲେ। ଏହି ଅବସରରେ ପୋଲିସ ଅଧିକାରୀ ଓ‌ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *