ମଇନ୍ଦିପୁରରେ ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ଚାଲୁ ରହିଛି ଚେରମୂଳି ଆୟୁର୍ବେଦ ଚିକିତ୍ସା

କଟକ ସଦର,୨୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଧୁନିକ ଚିକିତ୍ସା ଯୁଗରେ ଆଜି ବି ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ତିନି ପୁରୁଷ ଧରି ଚାଲୁରହିଛି ସେହି ପୁରୁଣା ଯୁଗର ଚେରମୂଳି ଆୟୁର୍ବେଦ ଚିକିତ୍ସା। ଯାହା ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ  ବାଇଶି ମୈ।ଜାର କମଳପୁର ମଇନ୍ଦିପୁର ଠାରେ ସୋମନାଥ ଆୟୁର୍ବେଦିକ୍ ସେଵାସଦନ ନାଁରେ ଚାଲୁରହିଛି ।

ପୂର୍ବରୁ ସ୍ୱର୍ଗତ କଵିରାଜ ସୋମନାଥ ଦାଶ ଏହି ଚେରମୂଳି ଚିକିତ୍ସାରେ ସଫଳତା ହାସଲ କରିଥିବା ବେଳେ ତାଙ୍କ ପରେ ତାଙ୍କ ପୁତ୍ର ସମାଜସେବୀ କବିରାଜ ବିଭୁତି ଭୁଷଣ ଦାଶ ଏହି ଚିକିତ୍ସାରେ ଅଗ୍ରସର ହୋଇ  ସଫଳତା ହାସଲ କରିଥିଲେ। ବିଭୁତି ଭୁଷଣ ଙ୍କ ଦେହାନ୍ତ ପରେ ଆୟୁର୍ବେଦ ଚିକିତ୍ସା ପାଠପଢି ତାଙ୍କର ତିନି ସୁଯୋଗ ପୁତ୍ର ଡ଼ଃ ଶ୍ରୀକୁମାର ଦାଶ, ଡ଼ଃ ସୁକୁମାର ଦାଶ, କବି ଡ଼ଃ ଶୁଭ କୁମାର ଦାଶ ଏହି ଚିକିତ୍ସାକୁ ଚାଲୁ ରଖିଥିବା ଜଣାପଡିଛି। ଏଠାକୁ ପ୍ରତ୍ୟହ ଶତାଧିକ ବିଭିନ୍ନ ରୋଗୀ ଚିକିତ୍ସା ପାଇଁ ଆସୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *