କଟକ ସଦର ୨୭/୦୯/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ଥ ପ୍ରସିଦ୍ଧ ଯଶପଡା ଗଣେଶ ଭସାଣି ଯାତ୍ରା ପରମ୍ପରା ଅନୁଯାୟୀ ଇନ୍ଦୁ ପୂର୍ଣ୍ଣିମା ପରଦିନ ଅର୍ଥାତ ଆଜି ରବିବାର ଦିନ ଶାନ୍ତି ଶୃଙ୍ଖଳାର ସହ ଧୁମଧାମରେ ସମାପନ ହୋଇଯାଇଛି। 
ଏଥିରେ ଯଶପଡା ପଞ୍ଚାୟତ ର ୬ ଟି ଓ ଧରିଣା ପଞ୍ଚାୟତର ୭ ଟି ମୋଟ ୧୩ ଟି ମେଢ଼ ଶୋଭାଯାତ୍ରାରେ ନିଜ ନିଜର ସାହି ପରିକ୍ରମା କରି ରାତିରେ ମେଲଣ ପଡ଼ିଆରେ ଏକତ୍ରିତ ହୋଇ ନିର୍ଦ୍ଧାରିତ ସମୟ ୧୦ ସୁଧା ବିସର୍ଜନ ହୋଇଥିଲେ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ପ୍ରଦୀପ କୁମାର ସାହୁ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି,ହେଡ୍ କ୍ୱ।ଟର ଡିଏସପି ନିରଞ୍ଜନ ସଵର, ଇନ୍ସପେକ୍ଟର ତଥା କିଶନନଗର ଥାନାର ପୂର୍ବତନ ଆଇଆଇସି ଦୂର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ସୁପ୍ରଭା ବାରିକ, କିଶନନଗର ଥାନା ଭାରପ୍ରାପ୍ତ ନିରିକ୍ଷକ ମାନେଶ୍ୱର ପ୍ରଧାନ ପ୍ରମୁଖ ଅଧିକାରୀ ମାନେ ୩ ପ୍ଲାଟୁନ୍ ପୋଲିସ୍ ବଳ ସହିତ ସଜାଗ ରହିଥିଲେ। 
ପରିଚାଳନାରେ ଯଶପଡା ସରପଂଚ ମିନତୀ ସେଠୀ, ପୂର୍ବତନ ସରପଂଚ ସୁବାସ ଚନ୍ଦ୍ର ମହାନ୍ତି, ପୂର୍ବତନ ସମିତି ସଭ୍ୟ ଚିତ୍ତରଞ୍ଜନ ବେହେରା,ଧରିଣା ସରପଂଚ ରତ୍ନାକର ରାଉତ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ, ଯୁବ ସମାଜସେବୀ ଵିଭୁଦତ୍ତ ରାଉତରାୟ ପ୍ରମୁଖ ସହାୟତା କରିଥିଲେ।
ଏହି ଅବସରରେ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ପକ୍ଷରୁ ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀଙ୍କ ପରିଚାଳନାରେ ଯାତ୍ରା ପଡ଼ିଆରେ ମାଗଣା ଟି ଷ୍ଟଲ ଓ ମାଗଣା ପ୍ରାଥମିକ ଚିକିତ୍ସା ଶିବିର ଖୋଲାଯାଇଥିଲା।
