ଆଧ୍ୟାତ୍ମିକ ପତ୍ରିକା ନୂଆଁଖାଇ ସ୍ୱର ସୃଜନ ଉନ୍ମୋଚିତ

କଟକ ୨୨/୦୯/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ କଟକ ଗଡ଼ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୧୧୨ ତମ ରାଜ୍ୟସ୍ତରୀୟ ନୂଆଁଖାଇ ସ୍ୱର ସୃଜନ ମହୋତ୍ସବ ହର୍ଷ ଉଲ୍ଲାସରେ ପାଳିତ ହୋଇ ଯାଇଛି । ଉକ୍ତ ଅବସରରେ ଅନୁଷ୍ଠାନର ୧୧ ତମ ଆଧ୍ୟାତ୍ମିକ ସାଂସ୍କୃତିକ ବାର୍ଷିକ ସାହିତ୍ୟ ପତ୍ରିକା “ନୂଆଁଖାଇ ସ୍ୱର ସୃଜନ ” ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମକୁ ଡ଼କ୍ଟର ମହେଶ୍ୱର ମହାନ୍ତି , ବିଶିଷ୍ଟ ଶିଶୁ ସାହିତ୍ୟିକ ଉଦ୍ ଘାଟନ କରିଥିଲେ ।

କୈବଲ୍ୟ ସାହିତ୍ୟ ସଂସଦ ସାହିତ୍ୟ ଏବଂ ସଂସ୍କୃତିର ସମ୍ମିଳିତ ସ୍ୱର ବୋଲି ମତବ୍ୟକ୍ତ କରିଥିଲେ । ଡ଼କ୍ଟର ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୂଆଁଖାଇ ର ସାଂସ୍କୃତିକ ସ୍ୱରୂପକୁ ବ୍ୟାଖ୍ୟା କରିଥିଲେ । ଡ଼କ୍ଟର ସୁନାମଣି ରାଉତ ମୁଖ୍ୟ ବକ୍ତା ଭାବେ ନୂଆଁଖାଇ କାଳକ୍ରମେ ଓଡ଼ିଶାର ଗଣପର୍ବ ହେବ ବୋଲି ଦୃଷ୍ଟିପାତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ନୂଆଁଖାଇ ଓଡ଼ିଆ ଜାତିର ସାଂସ୍କୃତିକ ଅସ୍ମିତା ବୋଲି ସୂଚନା ପ୍ରଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି,ବିଶିଷ୍ଟ ଗାନ୍ଧୀବାଦି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ , ଡଃ ଦିପାୟନ ପଟ୍ଟନାୟକ,କବି ପ୍ରେମଚାନ୍ଦ ମହାନ୍ତି , ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ,ଚୈତନ୍ୟ ପ୍ରସାଦ ରାଉତ,ସଂଯୋଜ୍ ସାମନ୍ତରାୟ,ବଂଶୀଧର ମହାପାତ୍ର,ରମେଶ ଚନ୍ଦ୍ର ନାୟକ ,ସୂର୍ଯ୍ୟକାନ୍ତ ଦାସ ମହାପାତ୍ର,ଡଃ ବିଶ୍ୱଜିତ୍ କେଶରୀ ବିଶ୍ୱାଳ,ଡଃ ପ୍ରଣତି ରାଉତ, ମୀରା ବେଉରା ,ସୁଭବ୍ରତ ମହାପାତ୍ର,ସୁରଭି ଦ୍ୱିବେଦୀ,କବି ଉତ୍ତମ ଚରଣ ପ୍ରଧାନ,କବିସୁରେନ୍ଦ୍ରମହାପାତ୍ର,କବି ରାଜ କିଶୋର ସ୍ୱାଇଁ,ଡଃ ଅରୂପ ମାର୍ଥା ନୂଆଁଖାଇ ପାଳନ ବିଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଏବଂ କବୟତ୍ରୀ ମାନଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା । ବରିଷ୍ଠ କବୟତ୍ରୀ ଡଃ ଗୀତାଞ୍ଜଳି ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *