ଯାଜପୁର,୧୪/୧୦/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ରଗଡ଼ି ଉପକାରାଗାର ପରିସର ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପ୍ରାଧିକରଣ ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅତିଥି ଆଲୋଚକ ଭାବେ ଡା ରମେଶ ଚନ୍ଦ୍ର ମଲ୍ଲିକ ଅତିରିକ୍ତଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ,ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଶ୍ରୃତି ଵିଶ୍ଵାଳ ଜିଲ୍ଲା ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ସଯୋଜିକା ,ସନ୍ତୋଷ କୁମାର ପାଠକ କାର୍ଯ୍ୟକ୍ରମ ନିଷ୍ପାଦକ ,ହରପ୍ରିୟା ଦାଶ ମନସ୍ତାତ୍ତ୍ୱିକ ସାମାଜିକ କର୍ମୀ ପ୍ରମୁଖ ଯୋଗଦେଇ ମାନସିକ ସ୍ଵାସ୍ଥ୍ୟ ଦିବସର ମହତ୍ତ୍ଵ ଇତିହାସ ଓ ପାଳନ ର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକ ପାତ କରିବା ସହିତ ମାନସିକ ରୋଗର ଲକ୍ଷଣ ନିରାକରଣ ବିଷୟରେ ଆଲୋଚନା କରିଥିଲେ ।
ମାନସିକ ଅସୁସ୍ଥତା ଦେଇ ସମୟ ବିତାଉଥିବା ବ୍ୟକ୍ତିଙ୍କ ପ୍ରତି ସମ୍ବେଦନଶୀଳ ଵ୍ୟବାହାର ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।ମନସ୍ଵିନୀ ବିଶ୍ବାଳ ତତ୍ଵାଵଧାରିକା ଉପକାରାଗାର ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସୋନମ୍ କୁମାର ମହାପାତ୍ର ସହକାରୀ କାରାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ଉପକାରାଗାର ଓ ପ୍ରାଧିକରଣ ର କର୍ମଚାରୀ ମିଳିତ ଭାବେ ସହଯୋଗ କରିଥିଲେ ।
