ସମ୍ଭାବ୍ୟ ଗଭୀର ଅବପାତକୁ ନେଇ ସଜାଗ ଓଡ଼ିଶା –  ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ

ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଭାରତ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହା ଆଗାମୀ ସମୟରେ ଗଭୀର ଅବପାତରେ ପରିଣତ ହୋଇ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ସକାଳ ମଧ୍ୟରେ ବିଶାଖାପାଟଣା–ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ପୂର୍ବପ୍ରସ୍ତୁତି ଓ ସତର୍କତା ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଛି।

ପ୍ରସ୍ତୁତ ରାଜ୍ୟ, ସଜାଗ ପ୍ରଶାସନ – ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ବିଭାଗ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲା ପ୍ରଶାସନ ସହ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ଓ ଆବଶ୍ୟକ ପ୍ରସ୍ତୁତି

ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ଯଥେଷ୍ଟ ମହଜୁଦ

ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବା ପ୍ରସ୍ତୁତ

ବିପର୍ଯ୍ୟୟ ପ୍ରଶମନ ବାହିନୀ ସଜାଗ

ନଦୀ, ଜଳାଶୟ ଓ ଡ୍ୟାମ୍‌ର ଜଳସ୍ତର ଉପରେ ନିରନ୍ତର ନଜର

ଭୂସ୍ଖଳନ-ପ୍ରବଣ ଅଞ୍ଚଳରେ ବିଶେଷ ସତର୍କତା

୩୩ଟି ODRAF ଟିମ୍ ପ୍ରସ୍ତୁତ ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ମୋଟ ୩୩ଟି ODRAF ଟିମ୍ ନିୟୋଜିତ ହୋଇଛନ୍ତି l ୨୪ଟି ଟିମ୍ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ହୋଇଥିବା ବେଳେ ଅତିରିକ୍ତ ୯ଟି ଟିମ୍ ଛତ୍ରପୁରରେ ରିଜର୍ଭରେ ରଖାଯାଇଛି।

ODRAF ମୁତୟନ : ଗଞ୍ଜାମ–୬ | ଗଜପତି–୩ | କୋରାପୁଟ–୬ | ମାଲକାନଗିରି–୩ | ରାୟଗଡ଼ା–୩ | କଳାହାଣ୍ଡି–୨ | ବଲାଙ୍ଗିର–୧

ବର୍ଷା ନେଇ ସତର୍କତା IMD ଅନୁଯାୟୀ, ୨୩ ଓ ୨୪ ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୨ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ସହ ୨୫ ଓ ୨୬ ସେପ୍ଟେମ୍ବରରେ ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

୨୩–୨୪ ସେପ୍ଟେମ୍ବର : କୋରାପୁଟ, ଗଜପତି ଓ ଗଞ୍ଜାମ ପାଇଁ ରେଡ୍ ୱାର୍ଣ୍ଣିଂ

୨୪–୨୫ ସେପ୍ଟେମ୍ବର : କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ

ନଦୀ ଓ ଜଳାଶୟ ଉପରେ ନଜର ୨୨ ସେପ୍ଟେମ୍ବର ସକାଳର ବନ୍ୟା ବୁଲେଟିନ୍ ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ବର୍ଷା, ଜଳ ପ୍ରବେଶ, ନଦୀର ଜଳସ୍ତର ଓ ଡ୍ୟାମ୍‌ର ସ୍ଥିତି ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଉଛି।

ମତ୍ସ୍ୟଜୀବୀଙ୍କୁ ପରାମର୍ଶ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଜନସାଧାରଣଙ୍କୁ ରାଜ୍ୟସରକାରଙ୍କ ଅନୁରୋଧ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

ଜଳମଗ୍ନ ଓ ତଳିଆ ଅଞ୍ଚଳକୁ ଯିବାରୁ ଦୂରେଇ ରୁହନ୍ତୁ।

ନଦୀ, ନାଳ ଓ ଜଳପ୍ରବାହିତ ସ୍ଥାନ ନିକଟକୁ ଯାଆନ୍ତୁ ନାହିଁ।

ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ବିଶେଷ ସତର୍କ ରୁହନ୍ତୁ।

ସ୍ଥାନୀୟ ପ୍ରଶାସନର ପରାମର୍ଶ ଓ ନିର୍ଦ୍ଦେଶ ପାଳନ କରନ୍ତୁ।

କେବଳ ସରକାରୀ ଓ IMD ସୂଚନା ଅନୁସରଣ କରନ୍ତୁ।

https://x.com/rdmodisha/status/2102337206115508241

Leave a Reply

Your email address will not be published. Required fields are marked *