ଓସ୍ତିଆ ରଜ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ପାଟକୁରା ୧୫/୦୬/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅଧୀନ ଗରଦପୁର (ଓସ୍ତିଆ)ଗ୍ରାମରେ ଛପନ ତମ ରଜ ଉତ୍ସଵ ଜୀବନ ଜ୍ୟୋତି ଡାଇମଣ୍ଡ ୟୁଥ ଟ୍ରଷ୍ଟ ଦ୍ୱାରା ପାଳିତ ହେଉଛି ।

ଆଜି ରବିବାର ଦ୍ଵିତୀୟ ସନ୍ଧ୍ୟା ମହା ସମାରୋହ ରେ ପାଳନ କରାଯାଇଛି । ଆଖ ପାଖ ଗ୍ରାମ ନୈନ୍ଦିପୁର, ପାଟକୁରା, ଜଗଦଳପୁର, ଗରଦପୁର, ମଦନା କଳାବୁଦା, ସିଙ୍ଗିଟିଆ, ଲେଖନପଡା, ପାଖଡ଼ ପ୍ରଭୃତି ଗ୍ରାମରୁ ଭର ପୁର ଦର୍ଶକଙ୍କ ଉପସ୍ଥିତରେ ପୁରସ୍କାର ବିତରଣୀ ଉତ୍ସଵଅନୁଷ୍ଠିତ ହୋଇଥିଲା ।

ଦ୍ୱତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଇଂ ବିଶ୍ୱରଂଜନ ଜେନା, ମୁଖ୍ୟ ବକ୍ତା ଅଧ୍ୟାପକ ରମାକାନ୍ତ ପାଣି , ଅନୁଷ୍ଠାନ ର ସଭାପତି ସମାଜସେବୀ ମନ୍ମଥ ସାମନ୍ତରାୟ, ଉପ ସଭାପତି ବାବୁଲି ଘଡେଇ, କୋଷାଧ୍ୟକ୍ଷ ସଂସାର ଘଡେଇ, ସୁଧୀର ମହାନ୍ତି, ବାବୁ ବେହେରା ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ଥିଲେ ।

ଓଡିଶା ସରକାରଙ୍କ ଓଡ଼ିଆ ଭାଷା ଓ ସଂସ୍କୃତି ଵିଭାଗ ତରଫରୁ “ଶ୍ରାବଣୀ ” ଟ୍ରୁପ୍ସ ସଂଗୀତ ପରିବେଷଣ କରିଥିଲେ । ସ୍ଥାନୀୟ କଳାକାର ମାନେ ସାରା ରାତି ସଂଗୀତ ଆସର ଜାରି ରଖିଥିଲେ । ଦିନରେ ପୁଚି, କବାଡି, ମିଉଜିକି ଚେୟାର, ଦୋଳି, ଝୋଟି ପ୍ରତିଯୋଗିତା କରାଯଇଥିଲେ ଓ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *