କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଙ୍କର ଚିଲିକା ଗସ୍ତ

ବାଣପୁର, ୦୮/୦୧/୨୦୨ ୪ (ଓଡ଼ିଶା ସମାଚାର)- ଗତକାଲି ଦିବା ୧୧ ଘାଣ୍ଟିକ ସମୟରେ କେନ୍ଦ୍ର ମତ୍ସ୍ୟ , ଦୁଗ୍ଧ ଓ ପଶୁ ସମ୍ପନ୍ଦ ବିକାଶ ମନ୍ତ୍ରୀ ପୁରୁଷୋତମ ରୁପାଲା ଚିଲିକା ନିକଟସ୍ତ ନଈରୀ ଠାରେ ଅନୁଷ୍ଠିତ ବିରାଟ ମତ୍ସ୍ୟଜୀବି ସମିଳନୀ ଓ ବାଲୁଗାଁ ଠାରେ ଏକ ହିତାଧିକାରୀ ଙ୍କ ସାକ୍ଷାତ କାର ସମିଳନୀ ରେ ଯୋଗଦେଇଥିଲେ । ଏହି ସଭା ରେ ବି ଜେ ପି ର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ଓ ବି ଜେ ପି ର ବରିଷ୍ଠ ନେତା ଓ ଚିଲିକା ନିର୍ବାଚନ ମଣ୍ଡଳୀ ର ବିଧାନସଭା ପ୍ରାଥୀ ଶ୍ରୀଯୁକ୍ତ ପୃଥ୍ୱିରାଜ ହରିଚନ୍ଦନ ଯୋଗଦାନ କରି ଚିଲିକା ମତ୍ସ୍ୟ ଜୀବିଙ୍କସମସ୍ୟା ଓ ଚିଲିକାହ୍ରଦ ର ପୁନରୁଦ୍ଧାର ସହ ଅନ୍ତର୍ନିହିତ ସମସ୍ୟା ବାବଦ ରେ କେନ୍ଦ୍ରମନ୍ତ୍ରୀ ଙ୍କୁ ଅବଗତି କରାଇଥିଲେ । ଚିଲିକା ହ୍ରଦଏସିଆ ମହାଦେଶ ର ଏକ ବୃହତମ ହ୍ରଦ ଯାହା ବର୍ତମାନ ପ୍ରଚାର ପ୍ରସାର ହେବା ଦରକାର ଓ ଚିଲିକା ହ୍ରଦ ର ପୁନରୁଦ୍ଧାର ସହ ବିଭିନ୍ନ ଅନ୍ତର୍ନିହିତ ସମସ୍ୟା ବାବଦରେ କେନ୍ଦ୍ର ମନ୍ତ୍ରୀ ଙ୍କୁ ଅବଗତି କରାଇଥିଲେ । ଏହି ଚିଲିକା ଉପରେ ତିନି ଲକ୍ଷ୍ୟ ରୁ ଅଧିକ ଲୋକ ନିଜର ଜୀବନ ଜୀବିକା ନିର୍ଭର କରୁଥିବାରୁ ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏହାକୁ ପୁନରୁଦ୍ଧାର କରିବା ପାଇଁ ପ୍ରତିଶୃତି ବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ମତ୍ସ୍ୟଜୀବି ମାନଙ୍କ ଉନ୍ନତି ପାଇଁ ମୋଦି ସରକାର ବିଭିନ୍ନ ଯୋଜନା ଓ ତାର କାର୍ୟ୍ୟକାରୀ ଓ ମତ୍ସ୍ୟଜୀବି ପାଇଁ କିସାନ କାର୍ଡ ଦିଆଯିବା ଭଳି ମୋଦି ସରକାରଙ୍କ ସୁଯୋଗ କାରି ପଦକ୍ଷପ ବିଷୟରେ କହିଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ ଚିଲିକା ନିର୍ବାଚନ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି ପରିବେଷବିତି, ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି, ମତ୍ସ୍ୟ ସମ୍ପଦ ବିଭାଗ୍ୟର ବହୁ ଅଧିକାରୀ, ମତ୍ସ୍ୟଜୀବି ନେତା ଓ ପ୍ରତିନିଧି ଉପସ୍ଥିତ ଥିଲେ । କାର୍ୟ୍ୟକ୍ରର୍ମ ପରେ ଚିଲିକା ମତ୍ସ୍ୟଜୀବି ସଂଘ ର ନେତୃବୃନ୍ଦ ଓ ତାର ମହାସଂଘ ର ନେତୃବୃନ୍ଦ କେନ୍ଦ୍ରମନ୍ତ୍ରୀ ଙ୍କୁ ଭେଟି ଚିଲିକା ର ସୁରକ୍ଷା ସହିତ ସେମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲା. ଏହା ପରେ ସିଂଗେଶ୍ୱର ପଞ୍ଚାୟତ ର କୋଦପୁର ଗ୍ରାମ ର ମତ୍ସ୍ୟଜୀବି ସମ୍ପ୍ରଦାୟ ର ପରିବାର ରେ କେନ୍ଦ୍ରମନ୍ତ୍ରୀ ଓ ସମ୍ବିତ ପାତ୍ର ସହିତ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟାହ୍ନ ଭୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *