ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୮ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ୩୦ଗୋଟି ଜିଲାର ପାଚକ ପାଚିକାମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ୮ଦଫା ସମ୍ବଳିତ ଦାବି ଖୁବ୍ଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଆମ୍ଭେ “ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ”, ସବିନୟ ଦାବି ଜଣାଉଛି ଏହିକିଯେ, ଆଜକୁ ୨୦ ବର୍ଷ ଧରି ଆମ୍ଭେ ଉକ୍ତ କ୍ଷେତ୍ରରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଆପଣଙ୍କ ଦ୍ୱାରା ଦିଆଯାଇଥିବା ପ୍ରାପ୍ୟ ଆମ୍ଭମାନଙ୍କୁ ସମୁଦ୍ରକୁ ଶେଙ୍ଖ ସଦୃଶ । ଆପଣଙ୍କ ଦ୍ୱାରା ନିର୍ଦ୍ଧାରିତ ପାରିଶ୍ରମିକ ଆମ୍ଭମାନଙ୍କର ଦିନସାରା ପରିଶ୍ରମ ପାଇଁ ଟ.୧୦୦ଙ୍କା ପଡୁଅଛି । ମାତ୍ର ତାହାକୁ ଆମ୍ଭେ ଠିକ୍ ଭାବେ ପାଉନାହୁଁ ।

କାରଣ ସରକାର ମାସିକ ଟ.୩୦୦୦/- ଦେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶେଙ୍ଖ ସଦୃଶ୍ୟ । ଆମ୍ଭମାନଙ୍କର ଦାବି ମଧ୍ୟରେ ଆମ୍ଭମାନଙ୍କର ବେତନ ବୃଦ୍ଧି କରାଯାଉ ଆମ୍ଭେ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଆମ୍ଭ ପାଇଁ ଲାଗୁ କରାଯାଉ । ଆମ୍ଭ ସମସ୍ତଙ୍କ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବା ସହିତ ଡ୍ରେସ୍ କୋର୍ଡ ଲାଗୁ କରାଯାଉ । ଚିକିତ୍ସା ଭତା ସହିତ ଜୀବନ ବୀମାର ସୁବିଧା କରାଯାଉ । ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯିବା ସହିତ ମଇ, ଜୁନ୍ ଦୁଇମାସ ଛୁଟିର ଦରମା ପ୍ରଦାନ କରାଯାଉ । ଆମ୍ଭମାନଙ୍କୁ ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସିଧାସଳଖ ନିୟନ୍ତ୍ରଣରେ ରଖାଯାଉ । ଆମ୍ଭମାନଙ୍କୁ ଦୈନିକ ମଜୁରୀଆର ସ୍ୱୀକୃତି ଦେଇ, ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯାଉ । ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ । କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ କ୍ଷତିପୂରଣ ରାଶି ବୃଦ୍ଧି କରାଯାଉ ।

ଏହି ସମାବେଶଷର ରାଜ୍ୟ ସାଧାରଣ ସମ୍ପାଦିକା ନିରୁପମା ମହାନ୍ତ, ନୁନୁ ଘେବଲା, କୋକିଳ ମହାନ୍ତ, ମଲ୍ଲୀ ନାୟକ, ସତ୍ୟାବତୀ ମହାକୁଡ଼, ଲିଲିମଣି ସିଙ୍କୁ, ଭଗବତି ମହାନ୍ତ, ରେବତୀ ନାୟକ, ସୁକାନ୍ତି ମହାନ୍ତ, ସବିତା ମହାନ୍ତ, ଶାନ୍ତିଲତା ମହାନ୍ତ, ସେବତୀ ନାୟକ, ଝିଲି ନାୟକ, ସ୍ୱର୍ଣ୍ଣପ୍ରଭା ନାୟକ, ନିରୂପମା ନାୟକ, ରେବତୀ ନାୟକ, ବୁଦ୍ଧଗିରି, କୋଷାଧ୍ୟକ୍ଷା ରଜନୀ କିଷାନ, ବିଜୟ ପୃସେଟ୍, ଈଶ୍ୱର ନାୟକ, ସୁଜାତା ସ୍ୱାଇଁ, ରିତୁ ପାତ୍ର, ବିନ୍ଦୁ ଦାସ, ରାଜେଶ୍ୱରୀ ମାଝି, ସୀତା ଭୋଇ, ପଙ୍କଜିନୀ ମିର୍ଦ୍ଧା, ସରୋଜିନୀ ଜେନା, ଦମୟନ୍ତୀ ଦେହୁରୀ, ରୋଷମଣି ମାହାଲି, କମଳିନୀ ମହାନ୍ତ, ମଲ୍ଲୀ ନାୟକ, ଶାନ୍ତିଲତା ମହାନ୍ତ, ସୁଜାତା ପଣ୍ଡା, ଶୁକୁଟି ପ୍ରଧାନ, ରୀନା ରାଉତ, ଧାନୀମଣି ମାଝି, ପ୍ରତିମା ଦେହୁରୀ, ରାଇବାରୀ ସିଂହ, ଡମ୍ବରୁ ମହାନ୍ତ, ଲକ୍ଷ୍ମୀ ସିଂହ, ଗୋଲାପୀମଣି ସିଂହ ଏବଂ ପ୍ରତ୍ୟେକ ଜିଲ୍ଲାର କର୍ମକର୍ାମାନେ ନିଜ ନିଜ ବକ୍ତବ୍ୟମାନ ରଖିଥିଲେ ।

ସଂଘର ପାଂଚ ଜଣ ପ୍ରତିନିଧି ଯଥା- ଜନକ ପ୍ରଧାନ, ନିରୂପମା ମହାନ୍ତ, କାଦମ୍ବିନୀ ବେହେରା, ରାହାସମଣି ମହଲି, ଈଶ୍ୱର ନାୟକ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ବିଭାଗୀୟ ମାନବ୍ୟର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଭେଟି ୮ ଦଫା ଦାବି ସମ୍ବଳିତ ସ୍ମାରକ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *