ମାଟ୍ରିକ୍ ଆଡମିଟ୍ କାର୍ଡ ଉପଲବ୍ଧ ହେଲା

କଟକ,୧୧/୦୨/୨୦୨୫(ଓଡ଼ିଶା ସମାଚାର)- ଚଳିତ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ପ୍ରାୟ ୫ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ । ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସୋମବାରଠାରୁ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ଏହା ସହ ମଧ୍ୟମା, ପତ୍ର ବିନିମୟ ପରୀକ୍ଷା ପାଇଁ ମଧ୍ୟ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀ www.bseodisha.ac.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ୧୨ ତାରିଖରୁ ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରକୁ ପଠାଯିବ । ୧୯ତାରିଖ ସୁଦ୍ଧା ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରରେ ପହଂଚିବ । ୩୦ ଜିଲାରେ ପ୍ରାୟ ୩୧୩୩ଟି ପରୀକ୍ଷା କେନ୍ଦ୍ର ରହିଛି ।

Leave a Reply

Your email address will not be published. Required fields are marked *