ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରି ଗଣନାଥଙ୍କୁ ବିଦାୟ ଦେଲେ ଗଡେଶ୍ୱର ହାଟ ବଣିକସଂଘ

ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର)- ଗଡେଶ୍ୱର ହାଟ ବିଣକସଂଘ ପକ୍ଷରୁ ନିଆରା ଢଙ୍ଗରେ ଗଣନାଥଙ୍କୁ ବିଦାୟ ଦିଆଯାଇଛି । ପଲିଥିନ୍ମୁକ୍ତ ହାଟର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଗଣେଶଙ୍କୁ ଆବାହନ କରାଯାଇଥିଲା ଏବଂ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଗଣନାଥଙ୍କୁ ବିଦାୟ ଦିଆଯାଇଛି । ଏପରି ଏକ ନିଆରା ପ୍ରୟାସ ପାଇଁ ସଂଘର ସଭାପତି ଲକ୍ଷ୍ମଣ ସାହୁଙ୍କୁ ଭୂରି ଭୂରି ପ୍ରଶଂସା କରାଯାଇଛି । ବଣିକସଂଘ ପକ୍ଷରୁ ୪୮ତମ ଗଣେଶ ମହୋତ୍ସବରେ ଆଠଦିନ ବ୍ୟାପୀ ବାଦିପାଲା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଉତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଏବଂ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାୟକ ଓ ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ “ଗଡେଶ୍ୱର ସେବା ସମ୍ମାନ” ପ୍ରଦାନ କରାଯାଇଥିଲା ।

ଉଦଯାପନୀ ଉତ୍ସବରେ ଡଃ ଶଶାଙ୍କ ଶେଖର ଚୁଡ଼ାମଣି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଗାୟକ ତତ୍ୱଭୂଷଣ ଡଃ ଲମ୍ବୋଦର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ସମସ୍ତ ବିଜ୍ଞ ବିବୁଧ ଗାୟକ ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗୁଣିମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଇକ ମହାସଂଘର ରାଜ୍ୟ ସଭାପତି ଡଃ ଅଶୋକ କୁମାର ପାଲଟାସିଂହ ଯୋଗ ଦେଇଥିଲେ । ଅନ୍ତିମ ଦିବସରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ତିନିହଜାର •ରା ବଂଟନ କରାଯାଇଥିଲା ଏବଂ ଏକ ବିଶାଳ ପଂକ୍ତି ଭୋଜନର ଆୟୋଜନ କରାଯାଇଥିଲା ।

ଏହାକୁ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଉଦ୍ଘାଟନ କରିଥିଲେ । ହାଟ ବ୍ୟବସାୟୀ ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ମନୋରଞ୍ଜନ ସହୁ, ରାମଚନ୍ଦ୍ର ସାହୁ, ପ୍ରମୋଦ କୁମାର ସାହୁ, ଗୋଲକ ଦଳେଇ, ଦୀପକ ବାରିକ, ଉମ କୁମାର ମହାନ୍ତି, ବାବୁ ପୃଷ୍ଟି, କାର୍ତିକେଶ୍ୱର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *