ପାଣ୍ଡରା ମାଳି ସମାଜ ପକ୍ଷରୁ ଶୀତଳ ଷଷ୍ଠୀ ଶିବ ବିବାହ ପାଳିତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

କଳାହାଣ୍ଡି, ୦୧/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ):କଳାହାଣ୍ଡି ଜିଲ୍ଲା ପାଣ୍ଡରା ମାଳି ସମାଜ ପକ୍ଷରୁ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶୀତଳ ଷଷ୍ଠୀ ବା ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଧର୍ମଗଡ ପାରଦେଶ୍ୱର୍ ମନ୍ଦିର ରୁ ବର ଯାତ୍ରୀ ଶୋଭାଯାତ୍ରା ବାହାରି ବିଜୁ କଲ୍ୟାଣ ମଣ୍ଡପ କୁ ଆସିଥିଲା ଓ ବିଜୁ କଲ୍ୟାଣ ମଣ୍ଡପ ରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀ ଙ୍କ ଯଥା ରୀତି ନୀତି ଅନୁସାରେ ବିବାହ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା ।

ଟିପିଗୁଡ଼ା ର ଡ଼ମ୍ବରୁ ଧର ନାଏକ ଓ ତାଙ୍କ ସ୍ତ୍ରୀ ପାଙ୍କଜିନି ନାଏକ ବର ପକ୍ଷ କର୍ତ୍ତା ହୋଇ ଥିବା ବେଳେ ଧର୍ମଗଡ ବସ୍ତି ପଡା ର ରାଜିନ୍ଦ୍ର ଭୋଇ ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ଭୋଇ କନ୍ୟା ପକ୍ଷ କର୍ତ୍ତା ହୋଇ ଥିଲେ । କଳାହାଣ୍ଡି, ନୂଆପଡା,ପଡ଼ୋଶୀ ନବରଙ୍ଗପୁର ଅଞ୍ଚଳ ରେ ରହୁ ଥିବା ୩୬ ବର୍ଗର ପଣ୍ଡରା ମାଳି ସମାଜ ଲୋକ ଙ୍କୁ ନେଇ ପାଣ୍ଡରା ମାଳି ସମାଜ ଗଠନ ହୋଇ ଥିବା ବେଳେ ପ୍ରଥମ ଥର ଶିବ ବିବାହ କାର୍ୟ୍ୟକ୍ରମ କରା ଯାଇଛି । ବାଜା,ବାଣ, ସହ ଭଜନ କୀର୍ତ୍ତନ ରେ ଭକ୍ତି ମୟ ପରିବେଶ ରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠି ଥିବା ବେଳେ ପୂଜକ ଉପେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ବାରା ବୈଦିକ ରୀତି ରେ ବିବାହ କାର୍ୟ୍ୟ ସମ୍ପନ କରା ଯାଇଥିଲା ।

ଏହି ଅବସର ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସମ୍ଭର୍ଦ୍ଧନା ସଭା ମଧ୍ୟ ଅନୁଷ୍ଠିତ ହୋଇ ଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଭଜମନ ବୋଡେକ୍ ,ସମ୍ମାନିତ ଅତିଥି ଭାବରେ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଈଶ୍ୱର ଚନ୍ଦ୍ର ପୂଜାରୀ,ପାଣ୍ଡରା ମାଳି ସମାଜ ଯୁବ ବାହିନୀ ପୂର୍ଵତନ ସଭାପତି ଦୁର୍ଗା ପ୍ରସାଦ ନାଏକ,ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ,ସମ୍ପାଦକ ଲୋକେଶ ନାଏକ, ଉପସଭାପତି ବିପୁଳ ବଣିଆ,ଧର୍ମଗଡ଼ ଏନଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ମୁନିରାମ ମାଝୀ, ବାଳକୃଷ୍ଣ ନାଏକ,ରତନ ନାଏକ ଲୋକେଶ୍ୱର୍ ପାରି, ରଞ୍ଜନ ନାଏକ, ଖୁସି ରାମ ଟୋଲ୍ଟିଆ, ଜୁନାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହିମାଦ୍ରୀ ନାଏକ, କଲ୍ୟାଣୀ ନାଏକ, ମିନତୀ ଜୁଜାରି ଲୋଚନ ନାଏକ, କୁନ୍ତ ବଟ ନାଏକ ଭଜମନ ନାଏକ, ପ୍ରମୁଖ ଯୋଗ ଦେଇଥିଲେ ।

ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଓ ସିବି ଏସି ଦଶମ ଦ୍ଵାଦଶ ଓ ସ୍ନାତକ ରେ କୃତିତ୍ୱ ଅର୍ଜନ କରି ଥିବା ୩୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଗଣ ପତି ମେମୋରିଆଲ ଓ ସମତା ଚୌହାନ ଜରିଆ ରେ ତିନି ଡାକ୍ତରୀ ଛାତ୍ର, ଲିପସୁ ରଞ୍ଜନ ବୋଡେକ୍, ବିଜୟ ନାଏକ, ଭୋଲେଶ୍ୱର୍ ନାଏକ ଙ୍କୁ ମାନପତ୍ର ଉପଢୌକନ ସହ ନଗଦ ଦଶ ହଜାର ଟଙ୍କା ପ୍ରଦାନ କରା ଯାଇ ଥିଲା । କଳାହାଣ୍ଡି ୟୁନିଭରର୍ସିଟି ଟପର ଅମନ କୁମାର ନାଏକ ଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ବିଭିନ୍ନ ପ୍ରାନ୍ତ ରୁ ମାଳି ସମାଜ ର କର୍ମକର୍ତ୍ତା, ମହିଳା, ଯୁବକ,ସାମିଲ ହୋଇ ଥିଲେ ।

Leave a Reply

Your email address will not be published. Required fields are marked *