ବାଳିକା ଆତ୍ମରକ୍ଷା କୌଶଳ ଶିବିର

ଭୁବନ, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ  ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଗୌରାଙ୍ଗ ଚରଣ ମହାରଣା ଯୋଗଦେଇ ସମାଜରେ ନାରୀ ମାନଙ୍କ ଭୂମିକା ଏବଂ ତାଙ୍କର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ , ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର ଯୋଗଦେଇଥିଲେ । ଅଧ୍ୟାପିକା ଅନ୍ନପୂର୍ଣ୍ଣା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ପ୍ରମୋଦିନୀ ମାଝୀ ଯୋଗଦେଇ ୧୦୮ ଜଣ ଛାତ୍ରୀ ଙ୍କୁ ୩ ଟି ଗ୍ରୁପ ରେ ଜୁଡୋ, କରାଟେ ପ୍ରଶିକ୍ଷଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *