୪ଦଫା ଦାବି ପୁରଣ ନହେଲେ ୧୮ରେ ବିଧାନସଭା ଘେରାଉ କରିବ ମିଳିତ ମଂଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଂଘ

ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷାସଚିବଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୧୩/୦୯/୨୦୨୫(ଓଡ଼ିଶା ସମାଚାର)- ମିଳିତ ମଂଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଂଘ,କେନ୍ଦ୍ରାପଡା ସଂଗଠନ କେନ୍ଦ୍ରାପଡା ଜିଲାର ମାଧ୍ୟମିକ ସରକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ୪ଦଫା ଦାବି ପୁରଣ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ଜିଲାପାଳ ରଘୁରାମ ଆର.ଆୟାର, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ, ଦିପ୍ତୀ ନାୟକ ଓ ଶୁଭସ୍ମିତା ତ୍ରିପାଠୀଙ୍କୁ ଜିଲା ମିଳିତ ମଂଚ ଏନପିଏସ ସଂଘ ପକ୍ଷରୁ କର୍ମକର୍ତା ଓ ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଶିକ୍ଷକମାନଙ୍କ ଚାକିରୀ ଆରମ୍ଭରେ ହୋଇଥିବା ୬ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରୀ ସହିତ ଗଣନା କରିବା,ବାକିଥିବା ୬ଗୋଟି ନୋସନାଲ ଇନକ୍ରିମେଂଟ ପ୍ରଦାନ କରିବା, ସରକାରୀ ମାଧ୍ୟମିକ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କର କ୍ୟାଡର ପୁନର୍ଗଠନ କରିବା, ଚାକିରୀ ଆରମ୍ଭରୁ ୨୮ଶହ ଗ୍ରେଡ ପେ ପରିବର୍ତେ ୪୨ଶହ ଓ ୪୨ଶହ ପାଉଥିବା ଶିକ୍ଷକମାନଙ୍କୁ ୪୬ଶହ ଗ୍ରେଡ ପେ ପ୍ରଦାନ ଏବଂ ୨୦୧୬ବ୍ୟାଚର ନିୟମିତ ହୋଇଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବକେୟା ପାଉଣା ପ୍ରଦାନ କରିବା ପ୍ରଭୃତି ଦାବି ରହିଛି ।

ଆସନ୍ତା ୭ଦିନ ମଧ୍ୟରେ ଯଦି ଦାବି ଗୁଡିକ ପୁରଣ କରାନଯାଏ ତେବେ ଆସନ୍ତା ୧୮ତାରିଖରେ ସଂଘର ଶିକ୍ଷକ,ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରାଯିବ ବୋଲି ଜିଲା ମିଳିତ ମଂଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଂଘର ଆବାହକ ମହେଶ୍ୱର ସାହୁ, ସୁଭ୍ରଜ କୁମାର ବରାଳ, ହେମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ଦାସ, ନିର୍ମଳ କୁମାର ସ୍ୱାଇଁ, ରଞ୍ଜନ କୁମାର ମଲ୍ଲିକ, କଲ୍ୟାଣୀ ସ୍ୱାଇଁ, ମାଧୁରୀ ଭଦ୍ର, ସ୍ୱାଗତିକା ମହାନ୍ତି, ସନ୍ଧ୍ୟା କାନୁନଗୋ, ରଶ୍ମୀତା ଦାସ, ପ୍ରତାପ କୁମାର ସାମଲ, ଲାଲବାବୁ ଖାଁ, ଦେବେନ୍ଦ୍ର ପଣ୍ଡା, ସବନମ୍ ଆରା, ସେକ ସନୱାର,ମୂରଲୀଧର ଦାସ, ସତ୍ୟାନନ୍ଦ ବେଜ, ଆଶୁତୋଷ ମହାନ୍ତି, ଶୁଭେନ୍ଦୁ ନାୟକ, କେଦାରନାଥ ଦାସ, ଅପରାଜିତା ପାତ୍ର, ଶୁଭଲକ୍ଷ୍ମୀ ସାମଲ, ଶୁଭାଶିଷ ଗୋଛାୟତ, ଜ୍ୟୋତିର୍ମୟୀ ନାୟକ, ସପନ କୁମାର ବେହେରା, ସୁଧାଂଶୁ କୁମାର ଷଡଙ୍ଗୀ, ସ୍ନିଗ୍ଧା ସୁଚରିତା ମଲ୍ଲିକ, ଗଜେନ୍ଦ୍ର ପ୍ରସାଦ ସେଠୀ, ଶିବ ପ୍ରସାଦ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରି ମିଳିତ ଭାବେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *