ଗଡମା କିଶନନଗର ରାସ୍ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ 

କଟକ ସଦର,୨୨/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜକୁ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଡମା କିଶନନଗର ରାସ୍ତାର ନବୀକରଣ କାର୍ଯ୍ୟ କଛପ ଗତିରେ ଚାଲିଥିବା ବେଳେ ଏହାର ସମ୍ପୁର୍ଣ କେବେ ତାକୁ ନେଇ କେହି କହି ପାରୁନାହାଁନ୍ତି। ଯାହା ଫଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ନେଇ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ସେଥିରେ ଏକ ସପ୍ତାହ ତଳେ କିଶନନଗର ବଜାରକୁ ଢଳେଇ କରା ଯାଇଥିବାବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ରାସ୍ତାରେ ଫାଟ ଦେଖାଦେଇଛି। ଏହି ଫାଟକୁ ଲୁଚାଇବା ପାଇଁ ଠିକାଦାର ଯେତେ ସିମେଣ୍ଟ ଲେପ ଦେଲେ ବି ତାହା ଲୁଚୁନଥିଵା ଜଣାପଡିଛି। ଏଥିପାଇଁ ରାସ୍ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *