କଟକ ସଦର,୨୨/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦୁଇ ଦଶନ୍ଧି ଧରି ନିରବ ରହିବା ପରେ ପୂର୍ବ କିଶନନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ଏକାନ୍ତ ଅନୁଗତ ତଥା କଟକ ସଦର ଅନ୍ତର୍ଗତ କଟକ ଜିଲ୍ଲା ୭ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସଂଧ୍ୟାରାଣୀ ଦାସ ତାଙ୍କ ଵୋଧପୁର ବାସଭବନରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ନିର୍ବାଚନର ଅଢ଼େଇ ବର୍ଷ ପରେ ଡାକି ବିଜେଡ଼ି ବୈଠକ କରିବା କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ବୈଠକ କୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ସାହୁଙ୍କୁ ଡକାଯାଇ ନଥିବାବେଳେ ୨୫ ନମ୍ବର ନେମାଳ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ କେବଳ ଯୋଗ ଦେଇଥିବା ଦେଖା ଯାଇଥିଲା।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଂଚ ଗିରିଜା ଶଙ୍କର ଦାସ, ପୂର୍ବତନ ସରପଂଚ ସୁରେନ୍ଦ୍ର ନାଥ ପଣ୍ଡା, ପୂର୍ବତନ ସରପଂଚ ନିର୍ମଳ ବେହେରା, ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ଗୋଛାୟତ, ଅଶୋକ ବେହେରା, ଇନ୍ଦୁ ଭୂଷଣ ବେହେରା ଙ୍କ ସମେତ ହାତଗଣତି କିଛି କର୍ମୀ ଯୋଗ ଦେଇଥିଲେ। ପରିଚାଳନାରେ ସଂଧ୍ୟାରାଣୀ ଙ୍କ ସ୍ୱାମୀ ଚିତ୍ତରଞ୍ଜନ ଦାସ ସହାୟତା କରିଥିଲେ।
