କଟକ ସଦର ଵିଜେଡି ପକ୍ଷରୁ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ ସଦର,୦୫/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରବାଦ ପୁରୁଷ, ଭୂମିପୁତ୍ର, କଳିଙ୍ଗଵୀର,ମହାନ ଜନନାୟକ ସ୍ୱର୍ଗତ ଵିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ମଙ୍ଗଳବାର ଦିନ କଟକ ସଦର ଵିଜେଡି ପକ୍ଷରୁ କନ୍ଦରପୁର ଓ କିଶନନଗର ଠାରେ ଥିବା ଦୁଇଟି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଧାସୁମନ ଅର୍ପଣ କରାଯାଇଛି। କିଶନନଗର ବିଜୁ ସେତୁ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ଜିଲ୍ଲା ପରିଷଦର ପୂର୍ବତନ ସଭ୍ୟ ତଥା ବରିଷ୍ଠ ଵିଜେଡି ଯୁବ ନେତା ବିଳାସ ମଲ୍ଲିକ, ପଞ୍ଚାୟତ ଵିଜେଡି ସଭାପତି ଭବାନୀ ଶଙ୍କର ରାୟ, କାର୍ଯ୍ୟକାରୀ ସଭାପତି ଗଗନ ମହାପାତ୍ର,ଵିଜୟ ମଲ୍ଲିକ, ଧରିଣା ସରପଂଚ ରତ୍ନାକର ରାଉତ, ପ୍ରକାଶ ମହାପାତ୍ର, ସୁଶିଲ ମଣ୍ଡଳ, ପ୍ରମୋଦ ସାହୁ ପ୍ରମୁଖ ମାଲ୍ୟାର୍ପଣ କରିଥିବା ବେଳେ କନ୍ଦରପୁର ଅଥଙ୍ଗା ବିଜୁ ସେତୁ ନିକଟରେ ଥିବା ପ୍ରତିମୂର୍ତ୍ତିରେ ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଵିଧାୟକଙ୍କ ବ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା, ସଦର ବ୍ଲକ ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସରପଂଚ ସୁଭାଷିନୀ ରାଉତ,ଯୁବ ଵିଜେଡି ସଭାପତି ହିମାଂଶୁ ଦାସ, ନିତିନ ଶେଖର ରାଉତ, ସଂଜୟ ସାହୁ, ଇନ୍ଦୁଭୂଷଣ ବେହେରା, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *