ଅଗ୍ନିକାଣ୍ଡରେ ମାଆ ଓ ଦୁଇ ନାବାଳକ ସନ୍ତାନଙ୍କ ମୃତ୍ୟୁ ଘଟଣାରେ ଶୋକସନ୍ତପ୍ତ ପରିବାରକୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ମାହାଙ୍ଗା,୦୮/୧୧/୨୦୨୬(ଓଡ଼ିଶା ସମାଚାର)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ ଝାଡେଶ୍ୱରପୁର ଗ୍ରାମର  ସେକ୍ ଗୁଫରାନ ଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଗ୍ନିକାଣ୍ଡରେ ମାଆଙ୍କ ସହ ଦୁଇ ନାବାଳକ ସନ୍ତାନଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛି କଂଗ୍ରେସ ପ୍ରତିନିଧି ଦଳ। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଝାଡେଶ୍ୱରପୁର ଗ୍ରାମର ଶେଖ୍ ଗୁଫ୍ରାନଙ୍କ ପତ୍ନୀ ଗୁଲଫସା ପରବିନ (୩୦), ଝିଅ ରସନି ପରବିନ (୧୧) ଏବଂ ୯ ମାସର ପୁଅ ଶେଖ୍ ଅରହାନ ନଳିପୁରସ୍ଥିତ ବନ୍ଧୁଙ୍କ ଘରେ ଅଗ୍ନିକାଣ୍ଡରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ।

ଏହି ହୃଦୟବିଦାରକ ଘଟଣା ପରେ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖରେ ଭାଗୀଦାର ହୋଇଛନ୍ତି କଂଗ୍ରେସ ନେତା ଓ କର୍ମୀ। ଏହି ପ୍ରତିନିଧି ଦଳରେ ଆକାଶ ଚନ୍ଦ୍ର ପ୍ରଧାନ, ଅଜୟ ରାଉତ, ରଞ୍ଜନ ପ୍ରଧାନ, ଭୁବନ ମୋହନ ବେହେରା, ଜୋଫ୍ରାନ ଖାନ, ଅନିଲ ସାମଲ, ଭାବଗ୍ରାହୀ ନାଥ ଶର୍ମା, ନାଜୋ ଖାନ, ମୁସୋ ଖାନ, ରାଜୁ ଖାନ ଓ ରିଆଜ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *