ଓଡ଼ିଶାବାସୀ ସୁଜାତା କାର୍ତ୍ତିକେୟନଙ୍କୁ ଅପେକ୍ଷା କରିଛନ୍ତି  – ସୁବାଷ ସିଂ 

କଟକ ସଦର , ୧୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ର ମିଶନ ଶକ୍ତିକୁ ଯେଉଁଭଳି ଭାବେ ସାରା ବିଶ୍ବରେ ପହଞ୍ଚାଇ ପ୍ରଶଂସାର ପାତ୍ରୀ ହୋଇ ପାରିଥିବା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଓରଫ୍ ରାଉତ ଙ୍କୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି।

ଏଭଳି ମହିଳା ବିଜେଡ଼ି ଦଳକୁ ଆସିଲେ ତାଙ୍କୁ ସମସ୍ତେ ସ୍ୱ।ଗତ କରିବା କଥା ବୋଲି ସିଏମସି ମେୟର ତଥା ରାଜ୍ୟ ବିଜେଡ଼ି କୋଷାଧ୍ୟକ୍ଷ ସୁଭାଷ ସିଂ କହିଛନ୍ତି।

ହେଲେ ନିଷ୍ପତ୍ତି ତାଙ୍କ ଉପରେ ବୋଲି କହିଵା ସହିତ ନବୀନ ଵାଵୁ ବିଜେଡ଼ି କୁ ନୂଆ ରୂପରେ ଆଣିବାକୁ ଚାହୁଁ ଥିବା ରୁ ସୁଜାତା ବିଜେଡ଼ି କୁ ଆସିବା ନିହାତି ଜରୁରୀ ବୋଲି ସୁବାଷ କହିଛନ୍ତି।ସୁବାଷ ଙ୍କର ଏହି ମନ୍ତବ୍ୟ ବିଜେଡ଼ି ରାଜନୀତି ରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସୁଜାତା ବିଜେଡ଼ି କୁ ଆସିବା ପଥ ପରିଷ୍କାର ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *