ସାଲେପୁର ପଂଚାୟତ ସମିତିର ୧୭ତମ ଅଧିବେଶନ

ସାଲେପୁର,୦୮/୧୧/୨୦୨୬ (ଓଡ଼ିଶା ସମାଚାର)-କଟକ ଜିଲା ସାଲେପୁର ପଂଚାୟତ ସମିତିର ୧୭ତମ ସାଧାରଣ ଅଧିବେଶନ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ବିଡ଼ିଓ ଡ଼. ଲୋପାମୁଦ୍ରା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାଧାରଣ ଅଧିବେଶନରେ ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ସାଲେପୁର ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଭାଙ୍ଗିରୁଜି ଯାଇଥିବା ଘର ଗୁଡିକ ମରାମତି , ଆବଶ୍ୟକ ସ୍ଥଳେ ନୂତନ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଥିଲା ।

ସେହିପରି ସାଲେପୁର ବ୍ଲକରେ କୃଷି ଓ ଜଳସମ୍ପଦ ବିଭାଗରେ ଥୂବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହା ସହିତ ସାଲେପୁରରେ ସମସ୍ତ ବିଭାଗର କାର୍ଯ୍ୟ ସଠିକ୍ ଭାବେ ହେଉଛି କି ନାହିଁ । ପ୍ରତି ମାସରେ ତାହାର ସମୀକ୍ଷା କରାଯିବ ବୋଲି ବିଧାୟକ ପ୍ରଶାନ୍ତ ବେହେରା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ସନାତନ ଦାସ,ଏବିଡ଼ିଓ ଜ୍ୟୋତ୍ରୀମୟୀ ବେହେରା , ସହକାରୀ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବେଳାଭୂମି ସାହୁ ଓ ଗୌରବ ସାହୁଙ୍କ ସମେତ ବିଭିନ୍ନ ପଂଚାୟତର ନିର୍ବାହୀ ଅଧିକାରୀଙ୍କ ସମେତ , ଜିଲାପରିଷଦ ସଭ୍ୟ, ସଭ୍ୟା ,ବିଭିନ୍ନ ପଂଚାୟତ ସରପଂଚ ଓ ସମିତି ସଭ୍ୟ, ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବୈଠକରେ ମଧ୍ୟକଛ ସରପଂଚ ସଞ୍ଜୟ କୁମାର ବେହୁରା , ନାନ୍ଦୋଳ ସରପଂଚ ଜ୍ଞାନ ରଞ୍ଜନ ପଟ୍ଟନାୟକ, ରାମେଶ୍ୱର ପଂଚାୟତ ସରପଂଚ ଅନିତା ରାଉତ ,ସୁଧୁଖଣ୍ଡ ସରପଂଚ ଚୌଧୁରୀ ପ୍ରମୋଦ କୁମାର ରାଉତ , ଶିଶୁଆ ସମିତି ସଭ୍ୟ ମାନସ କୁମାର ଦାସ ,ରାମକୃଷ୍ଣପୁର ସମିତିସଭ୍ୟ ସୁଧୀର ପ୍ରଧାନ,ବାରିଗୋଳ ସମିତି ସଭ୍ୟା ତ୍ରିପୁରା ବେହେରା ,ଓଙ୍ଗାସିଂ ସମିତି ସଭ୍ୟ ମିନତୀ ମହାପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ପଂଚାୟତର ଜନପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *