ନାନପୁର ସରକାରୀ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା କମ୍ ରାଜନୀତି ଅଧିକ, ତୀବ୍ର ଜନ ଅସନ୍ତୋଷ 

କଟକ ସଦର,୦୮/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନାନପୁର ଠାରେ ଥିବା ପୁରାତନ ସରକାରୀ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟରେ ଏବେ ପାଠ ପଢ଼ା କମ୍ ହେଉଥିବା ବେଳେ ରାଜନୀତି ଅଧିକ ବୋଲି ଅଭିଯୋଗ ହେଉଛି। ଏଠାରେ ଦୀର୍ଘ ୧୭ ଵର୍ଷରୁ ଉର୍ଦ୍ଧ୍ବ ହେବ ରହିଥିବା ସ୍ଥାନୀୟ ଅଞ୍ଚଳର ଜନୈକ ଶିକ୍ଷକଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି।

ଯେଉଁଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଚରମ ସୀମାରେ ପହଞ୍ଚିଛି। ସେଥିରେ ଏଠାରେ ଅବସ୍ଥାପିତ ଜନୈକା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ କେଉଁ ସ୍ୱାର୍ଥରେ କିମ୍ବା କାହା ସ୍ୱାର୍ଥରେ ‍ଦାୟିତ୍ୱରୁ ହଟାଯାଇ ଅନ୍ୟ ଜଣେ କନିଷ୍ଠାଙ୍କୁ ଦାୟିତ୍ଵ ଦିଆଯାଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାଫଳରେ ଉକ୍ତ ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ହୃତ ଗୌରବ ମଳିନ ପଡି଼ବାକୁଯାଉଛି।

ତୁରନ୍ତ ଏଠାରେ ଦୀର୍ଘ ବର୍ଷ ଧରି ରହି ରାଜନୀତି କରୁଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ପ୍ରଦାନ ପାଇଁ ପୁନଃର୍ଵିଚାର କରିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟଥା ଆଗାମୀଦିନରେ ସ୍କୁଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି ଜନସାଧାରଣ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ମାନେ ମସୁଧା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *