ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶାର ଗର୍ବ ତଥା ୩ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡ ହୋଲ୍ଡର ସଚିନ ବେହେରା ଆଉ ଏକ ନୂଆ ଇତିହାସ ରଚିଛନ୍ତି। ସେ ୫ କେଜି ଓଜନର ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ଏକ ମିନିଟରେ ୮୮ ଥର ଫୁଲ୍ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି।
ଏହି ରେକର୍ଡ ପ୍ରୟାସ ୧୦ ସେପ୍ଟେମ୍ବର ୨୦୨୬ ରେ ଓଭରଅଲ୍ ସ୍ପୋର୍ଟସ ଏକାଡେମୀ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ୨୧ ସେପ୍ଟେମ୍ବର ୨୦୨୬ ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ଅଫିସିଆଲ୍ ଭାବେ ନିଶ୍ଚିତ କରାଯାଇଛି।
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗ୍ରାମର ସଚିନ ହେଉଛନ୍ତି ନୂଆପଡ଼ା ଜିଲ୍ଲାର ପ୍ରଥମ ଗିନିଜ୍ ୱାର୍ଲ୍ଡ ରେକର୍ଡ ହୋଲ୍ଡର। ସେ ୨୦୧୯ ରେ ୧୩୭ ନି ଷ୍ଟ୍ରାଇକ୍ ଏବଂ ୨୦୨୨ ରେ ଦ୍ୱିତୀୟ ବିଶ୍ୱ ରେକର୍ଡ କରିଥିଲେ। ସେ ହାଇ-ଟେକ୍ ମେଡିକାଲ କଲେଜରୁ BPT ସମାପ୍ତ କରି MPT (Ortho) ପଢୁଛନ୍ତି।
ଏହି ସଫଳତା ପାଇଁ ସେ ହାଇ-ଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ୍ ଡଃ ତିରୁପତି ପାଣିଗ୍ରାହୀ ଏବଂ ତାଙ୍କ କୋଚ୍ ସୌମ୍ୟ ରଞ୍ଜନ ଦାସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଇଭେଣ୍ଟରେ ଶ୍ରୀ ସୌମ୍ୟ ରଞ୍ଜନ ଦାସ (ଏକ୍ସପର୍ଟ ୱିଟନେସ୍), ଶ୍ରୀ କୃପାସିନ୍ଧୁ ବାରିକ୍ (କିକ୍ ପ୍ୟାଡ୍ ହୋଲ୍ଡର) ଏବଂ ଶ୍ରୀ ସନ୍ଦୀପ ପଟ୍ଟନାୟକ (ଟାଇମ୍ କିପର) ଅଫିସିଆଲ୍ ଭାବେ ଉପସ୍ଥିତ ଥିଲେ।
