ମଗରବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ କାର୍ଡର  ଶୁଭ ଉଦଘାଟନ

ଓଡ଼ଗାଁ, ୧୧/୦୪/୨୦୨୫ (ଓଡ଼ିଶା ସମାଚାର)-  ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା କାର୍ଡ ଓଡ଼ଗାଁ ବ୍ଲକ୍ ର ୭ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଭ ଉଦଘାଟନ କରାଯାଇଛି । ମଗରବନ୍ଧ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟିକା ତଥା ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ଉପସ୍ଥିତ ଥାଇ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଛି।

ଏହା ବ୍ୟତୀତ ଆୟୁଷ୍ମାନ ବୟୋଜ୍ୟେଷ୍ଠ ଯୋଜନାରେ ମଧ୍ୟ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯାଇଛି ବୋଲି କହିଛନ୍ତି ।  ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତା ରହିଛି। ଏହା ବ୍ୟତୀତ ସରକାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଜିତେନ୍ଦ୍ର କୁମାର ନାୟକ, ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଇପ୍ସିତା ଦାସ, ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପାତ୍ର, ଅତିରିକ୍ତ ଚିକିତ୍ସାଧିକାରୀ ପୁଷ୍ପ ନିଳୀମା ଲାକ୍ରା ଏବଂ ସରପଞ୍ଚ ସୁକାନ୍ତି ପ୍ରଧାନ ଯୋଗ ଦେଇ ସରକାରଙ୍କ ଆୟୁଷ୍ମାନ କାର୍ଡ ର ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ କୁ ମଗରବନ୍ଧ ପଞ୍ଚାୟତ ର ଜୟ ସାର ,ପ୍ରଭାସ ,କୁଲୁ ,ବାବୁଲା ,ସୁମନ୍ତ ,ସଦାଶିବ ,ମଙ୍ଗରାଜ ,ମହେନ୍ଦ୍ର ,ରଞ୍ଜନ ,ପ୍ରଫୁଲ , ସୁରେଶ ,ଇତ୍ୟାଦି  ଯୁବକ ମାନେ ସହଯୋଗ କରିଥିଲେ |ଆଶା ଦିଦି ,ଅଙ୍ଗନବାଡ଼ି ଦିଦି ,ପଞ୍ଚାୟତର ପି.ଓ ଦାଶରଥି କାଠୁଆ  ଙ୍କ ସହ ପଞ୍ଚାୟତ  ହିସାବ ରକ୍ଷକ ସୋମନାଥ ସ୍ୱାଇଁ ଦାୟିତ୍ୱା ଗ୍ରହଣ କରିଥିଲେ । ଆୟୁଷ ଚିକିତ୍ସା ଅଧିକାରୀ ଯଶବନ୍ତ ସୁବୁଦ୍ଧି ଓ ସ୍ୱାସ୍ଥ୍ୟ ନିରୀକ୍ଷକ ଚକ୍ରଧର ଛୋଟରାୟ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *