ପୂର୍ବତନ  ବଜାର କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଏକାଦଶାହ ରେ ଶ୍ରଦ୍ଧା ସୁମନ

ପାଟକୁରା, ୨୦/୦୯/୨୦୨୬ (ଓଡିଶା ସମାଚାର)ଗରଦପୁର ବ୍ଳକ ଅଧିନ ପଦ୍ମପୁର ଗ୍ରାମ ପଞ୍ଚାୟତ କିଣିଲୋ ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ଏକାଦଶାହରେ ଆଜି ଅନେକ ଶୁଭେଛୁ ତାଙ୍କ କିଣିଲୋ ବାସଭବନରେ ପହଂଚି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କ ଅତୀତ ଜୀବନର ସ୍ମୃତି ଚାରଣ କରିବା ସହିତ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ସ୍ଥାନୀୟ ନୂଆପଡା ବଜାର କମିଟିର ପୂର୍ବତନ ସଭାପତି ଥିଲେ ।

ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ବର୍ଗତ କୃଷ୍ଣଚନ୍ଦ୍ରଙ୍କ ଅତୀତ ଜୀବନର ସ୍ମୃତି ଚାରଣ କରିଥିଲେ । ସେ ଜଣେ ନିର୍ଭିକ,କର୍ତବ୍ୟନିଷ୍ଟ ଓ ଭଲ ସଂଗଠକ ବୋଲି କହିବା ସହିତ ନିଜର ଜଣେ ଆତ୍ମୀୟଙ୍କୁ ହରାଇଲେ ବୋଲିଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ ।

ସେହିପରି ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ,ଯୁବନେତା କ୍ଷିତୀଶ ଚନ୍ଦ୍ର ଦାଶ,ପ୍ରକୃତି ମିତ୍ର ଉଦୟନାଥ ଚୌଧୁରୀ,ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ବାରିକ, ପୂର୍ବତନ ସରପଞ୍ଚ ରମେଶ ରାଉତ, ପତ୍ନୀ ରୁକ୍ମଣୀ ସାହୁ,ସାନଭାଇ ଅଧ୍ୟାପକ ଗୌରାଙ୍ଗ ଚରଣ ସାହୁ, ସାନ ବୋହୁ ମୀନାରାଣୀ ସାହୁ,ଜ୍ୟୋଷ୍ଟ ପୁତ୍ର ସ୍ମୃତିରଞ୍ଜନ ସାହୁ,କନିଷ୍ଠ ପୁତ୍ର ପ୍ରୀତିରଞ୍ଜନ ସାହୁ,ଜ୍ୱାଇଁ ପ୍ରଭୁ କଲ୍ୟାଣ ବଳ,କ୍ରାନ୍ତି କୁମାରୀ ସାହୁ, ଇତିଶ୍ରୀ ସାହୁ, ବିଜୟାଲକ୍ଷ୍ମୀ ସାହୁ, ପ୍ରିୟଙ୍କା ସାହୁ, ସମିତି ସଭ୍ୟ ଦିଲ୍ଲୀପ ସାହୁ, ସମାଜସେବୀ ଅଧୀର ପଣ୍ଡା,ତିକନପୁରସରପଞ୍ଚ ଅମୀୟ ରଞ୍ଜନ ନାୟକ,ସମାଜସେବୀ ହେମନ୍ତ ସେଠି ଙ୍କ ସମେତ ବିଭିନ୍ନ ଗ୍ରାମରୁ ଅନେକ ଶୁଭେଛୁ  କୃଷ୍ଣଚନ୍ଦ୍ରଙ୍କ ଫଟୋ ଚିତ୍ରରେ ପୁଷମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *