ମହାନଦୀ ଜଳ ବିବାଦ ସମାଧାନ ଖୁବ୍ ଶୀଘ୍ର

ସିଡବ୍ଲୁସି ନିଷ୍ପତିିକୁ ସହମତି ଜଣାଇସାରିଛନ୍ତି ଉଭୟ ରାଜ୍ୟ
ଭୁବନେଶ୍ୱର,୨୦/୦୯/୨୦୨୬ (ଓଡ଼ିଶା ସମାଚାର)-ମହାନଦୀ ଜଳ ବିବାଦର ସମାଧାନ ଖୁବ୍ ଶୀଘ୍ର ହେବ । ଏପରି ଆଶା ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ଗସ୍ତରେ ଆସି ପହଂଚିବା ପରେ ସେ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ମହାନଦୀ ଜଳ ବିବାଦକୁ ନେଇ ଏହି ସୂଚନା ଦେଇଛନ୍ତି ।ବିଷ୍ଣୁଦେବ ସାଏ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି । ଏହାର ସମାଧାନ ପାଇଁ ଉଭୟ ରାଜ୍ୟ କେନ୍ଦ୍ରୀୟ ଜଳ ଆୟୋଗ(ସିଡବଲୁସି)ର ନିଷ୍ପତିକୁ ସହମତି ଜଣାଇସାରିଛନ୍ତି ।

କେନ୍ଦ୍ରୀୟ ଜଳ ଆୟୋଗ ଯେଉଁ ନିଷ୍ପତି ନେବ, ଉଭୟ ରାଜ୍ୟ ତାହାକୁ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହାନଦୀକୁ ନେଇ ଏବେ କୌଣସି ପ୍ରକାରର ଜଳ ବିବାଦ ନାହିଁ । ଯେଉଁ ରାଜ୍ୟଗୁଡ଼ିକରେ ବିଜେପି ସରକାର ରହିଛି,ସେଠାରେ ଜଳ ବିବାଦର ସମାଧାନ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶା ଓଛତିଶଗଡ଼ରେ ବିଜେପି ସରକାର ସହିତ କେନ୍ଦ୍ରରେ ଏନଡିଏ ସରକାର ଥିବାରୁ ମହାନଦୀ ପ୍ରସଙ୍ଗର ସମାଧାନ ଖୁବ୍ଶୀଘ୍ର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭେଟ ହୋଇଥିଲେ ।

Leave a Reply

Your email address will not be published. Required fields are marked *