ପଂଚାୟତ ପ୍ରତିନିଧି: ମୃତୁ୍ୟ କିମ୍ବା ଅକ୍ଷମ ହେଲେ ମିଳିବ ସହାୟତା

ଭୁବନେଶ୍ୱର,୧୮/୦୭/୨୦୨୫ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଏକ ଗୁରୁତ୍ୱୂର୍ଣ୍ଣ ଘୋଷଣା କରାଯାଇଛି । ଏଣିକି ପଂଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧିରେ ମୃତୁ୍ୟ ହେଲେ ମିଳିବ ୨ ଲକ୍ଷ ଟଙ୍କା । ମୃତୁ୍ୟ ହେଲେ କିମ୍ବା ଅକ୍ଷମ ହେଲେ ଅନୁକମ୍ପା ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲା ପରିଷଦ ସଭାପତି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ । କୌଣସି କାରଣରୁ ମୃତୁ୍ୟ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା । ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ ଲକ୍ଷ ଅନୁକମ୍ପା ରାଶି ମିଳିବ । ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା ମିଳିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *