ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନବୀନଙ୍କ ଚିଠି

ଭୁବନେଶ୍ୱର,୨୦/୦୯/୨୦୨୬ (ଓଡ଼ିଶା ସମାଚାର)-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୁନର୍ବାର ଚିଠି ଲେଖି ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଏବଂ “ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ(ଏମଏମଡିଆର),୨୦୨୬’କୁ ପ୍ରତ୍ୟାହାର କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବାକୁ ଅନୁରୋଧ କରିଛନ୍ତି । ୨୦ ସେପ୍ଟେମ୍ବର୨୦୨୬ ତାରିଖର ଏହି ଦୁଇ ପୃଷ୍ଠା ବିଶିଷ୍ଟ ଚିଠିଟି ଅଗଷ୍ଟରେ ହୋଇଥିବା ପୂର୍ବବର୍ତୀ ଯୋଗାଯୋଗର ଏକ ପରବର୍ତୀ ପଦକ୍ଷେପ ।

ଶ୍ରୀ ପଟ୍ଟନାୟକ ଯୁକ୍ତି ଦର୍ଶାଇଛନ୍ତି ଯେ ଏହି ସଂଶୋଧନ “ପ୍ରକୃତରେ ଓଡ଼ିଶାର ଖଣିଜ ସମ୍ପଦ ଉପରେ ଟିକସ ଆଦାୟ କରିବାର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛି’ ଏବଂ ରାଜ୍ୟର ୨୦ ଜଣ ବିଜେପି ସାଂସଦ “ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଯାଇ ଏହି ସଂଶୋଧନକୁ ସମର୍ଥନ କରିଥିଲେ ।’ସେ ଲେଖିଛନ୍ତି, “ଖଣି ମାଲିକମାନେ ଏହା ହିଁ ଚାହୁଁଥିଲେ ଏବଂ ଏଥିପାଇଁ ସଂଘର୍ଷ କରୁଥିଲେ ।’

Leave a Reply

Your email address will not be published. Required fields are marked *