କିଶନନଗରରେ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଜୟନ୍ତୀ ପାଳନ 

କଟକ ସଦର,୧୬/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ୭୮ ତମ ଜୟନ୍ତୀ ଆଜି ବୁଧବାର ଦିନ କିଶନ ନଗର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ପାଳନ କରାଯାଇଛି। କଟକ ସଦର ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଜୟନ୍ତୀ ସମାରୋହରେ କିଶନନଗର ବିଜେଡ଼ି ସଭାପତି ଭବାନୀ ଶଙ୍କର ରାୟ, କାର୍ଯ୍ୟକାରୀ ସଭାପତି ଗଗନ ମହାପାତ୍ର, ସଦର ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ, ସୁରେଶ ବିଶୋଇ, କଳ୍ପନା ମହାନ୍ତି, ସୁଧାକର ଖଟାଇ, ପ୍ରକାଶ ମହାପାତ୍ର, ଦେବାଶିଷ ମିଶ୍ର, ରମେଶ ସାହୁ ପ୍ରମୁଖ ବହୁ ନବୀନ ପ୍ରେମୀ ଯୋଗଦେଇ ଜନ୍ମଦିନ କେକ୍ କାଟିବା ସହିତ ମିଠା ବଣ୍ଟନ କରିଥିଲେ। ଏହି ଅବସରରେ ବିଜେଡ଼ି ନେତା ବିଳାସ ମଲ୍ଲିକ ପୂର୍ବାହ୍ନରେ ନବୀନ ନିବାସ ଯାଇଁ ନବୀନ ପଟ୍ଟନାୟକଙ୍କୁ ଫୁଲ ତୋଡା ଦେଇ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

Leave a Reply

Your email address will not be published. Required fields are marked *