କଟକ ସଦର ବିଜେଡି ରୁ ନିଲମ୍ବିତ ନେତାଙ୍କଉପରୁ ପ୍ରତ୍ୟାହାର ହେଲା ନିଲମ୍ବନ ଆଦେଶ

ନିଶ୍ଚିନ୍ତକୋଇଲି,୧୨/୦୪/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାବୁଜଙ୍ଗ ପଞ୍ଚାୟତ ର ବିଜେଡି ନେତା ଅଭୟ କୁମାର ଲେଙ୍କା ଙ୍କ ଉପରୁ ଆଜି ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ ଙ୍କ କାର୍ୟ୍ୟାଳୟ ଚିଠି ନ.୧୦୦/୫୪ /୧୨.୪.୨୦୨୪ ଅନୁଯାୟୀ ଏହି ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରାଯାଇଛି । ଏଣିକି ଶ୍ରୀ ଲେଙ୍କା ବିଜୁ ଜନତା ଦଳରେ ସକ୍ରିୟ, ନିସ୍ଵାର୍ଥପର ଓ ସମର୍ପିତ ଭାବେ କାର୍ୟ୍ୟକରିବେ ବୋଲି ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *