ଭୁବନ,୨୦/୦୯/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଗ୍ରାମର ପୂର୍ବ ଦିଗରେ ପ୍ରବାହିତ ରାମିଆଳ ନଦୀ କୂଳରେ ଏକ ମୃତ ଦେହ ଠାବ କରି ଭୁବନ ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁଯାୟୀ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମ ପଂଚାୟତ ର ଲୋକାପଲ୍ଲୀ ଗ୍ରାମର ବୁଦ୍ଧିମନ୍ତ ମଳିକଙ୍କ ଏକ ମାତ୍ର ପୁଅ ପ୍ରଦୀପ ମଳିକ (୩୫) ଶନିବାର ସାର ପକାଇବାକୁ ରାମିଆଳ ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ତାଙ୍କ ଚାଷ ଜମିକୁ ଯାଇ ଆଉ ଫେରି ନଥିଲେ ।
ଫେରିବା ସମୟରେ ନଦୀରେ ହଠାତ ପାଣି ଆସିବାରୁ ସେ ଭାସି ଯାଇଥିଲେ ବୋଲି ପୋଲିସ ଅନୁମାନ କରୁଛି । ପ୍ରଦୀପ ଙ୍କର ପାଞ୍ଚ ବର୍ଷର ଗୋଟିଏ ପୁଅ ଓ ଦୁଇ ବର୍ଷର ଝିଅ ଅଛନ୍ତି। ସରକାରୀ ସହାୟତା ପାଈଁ ଗ୍ରାମବାସୀ ଦାବି କରିଛନ୍ତି। ଭୁବନ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।
