ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କ ପରିବାର ମଇଦାନରେ
କଟକ ସଦର,୨୦/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ତୃତୀୟ ପର୍ଯ୍ୟାୟ ମତଦାନରେ ଆସନ୍ତା ୨୫ ତାରିଖ ଶନିବାର ଦିନ ହେବାକୁ ଥିବା କଟକ ସଦର ସଂରକ୍ଷିତ ନିର୍ବାଚନ ରଣାଙ୍ଗନରେ ଏଵେ ରୋଚକ ପ୍ରଚାର ଦେଖିବାକୁ ମିଳିଛି। ଏଠାରେ ପୁରାତନ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରାଙ୍କ ସହିତ ନବାଗତ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତିଦ୍ବନ୍ଦିତା ତୀବ୍ର ହେବାରେ ଲାଗିଛି।ସତେ ଯେପରି କେହି କାହାରିକୁ ଛାଡ଼ିବା ଅବସ୍ଥାରେ ନଥିବା ଜଣାପଡିଛି। ଏପରି ସ୍ଥଳେ ଉଭୟ ପ୍ରାର୍ଥୀଙ୍କ ପରିବାର ଏଵେ ପ୍ରଚାର ମଇଦାନକୁ ଓଲ୍ହେଇଥିଵା ଦେଖିବାକୁ ମିଳୁଛି। ବିଜେପି ପ୍ରାର୍ଥୀ ପ୍ରକାଶଙ୍କ ପାଇଁ ତାଙ୍କର ପତ୍ନୀ ଡେଜି,ଭାଇ ପ୍ରଭାତ,ଭାଉଜ କିଶନନଗର ସରପଂଚ ସୁଜାତା,ଭାଇ ପ୍ରଭାଶ,ଭାଇ ପ୍ରମୋଦ ଓ ବାପା ମାଆ ବନ୍ଧୁବାନ୍ଧବ ପ୍ରଚାର କରୁଥିଲା ବେଳେ ଚନ୍ଦ୍ର ସାରଥିଙ୍କ ପାଇଁ ମାଆ ସାଲେପୁର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ପତ୍ନୀ ପ୍ରମିଳା ବେହେରା,ବଡ଼ ବାପାଙ୍କ ପୁଅ ବଡ଼ଭାଇ ପାର୍ଥସାରଥୀ,ବଡ଼ ଭାଇ ସୂର୍ଯ୍ୟ ସାରଥି, ମାମୁଁ ଓ ବନ୍ଧୁମାନେ ପ୍ରଚାର ମଇଦାନକୁ ଓହ୍ଲେଇ ଭୋଟ ଭିକ୍ଷା କରୁଛନ୍ତିି। ହେଲେ ମତଦାତା ମାନଙ୍କ ଗୁମସୁମ୍ କୁ ନେଇ ଚଳିତ ନିର୍ବାଚନ ନିଆରା ନିଆରା ଲାଗୁଥିବା ଚର୍ଚ୍ଚା ହେଉଛି ।