ପିଲାଙ୍କ ପାଠ ପଢାରେ ବାଧକ ସାଜିଛି ଅର୍ଥ

           ମାନସିକ ଅନଗ୍ରସର ବାପା ର ନାହିଁ ରୋଜଗାର ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

ନିଶ୍ଚିନ୍ତକୋଇଲି,୨୦/୦୯/୨୦୨୬(ଓଡିଶା ସମାଚାର / ଅଭୟ ଜେନା)କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ୧୩ ନମ୍ୱର୍ ୱାର୍ଡର ବାସିନ୍ଦା ନରହରି ବାରିକଙ୍କ ଦୁଇ ପୁଅଙ୍କ ପାଠ ପଢାରେ ଏବେ ଡୋରି ବନ୍ଧା ହେବାକୁ ବସିଛି । ମାନସିକ ଅନଗ୍ରସର ନରହରି କିଛି କାମ ଧନ୍ଦା କରି ପାରନ୍ତି ନାହିଁ। ସାରା ପରିବାର ନରହରୀଙ୍କ ବୃଦ୍ଧ ବାପ ମା ଙ୍କ ଉପରେ ନିର୍ଭର କରି ଚଳୁଥିଲେ । ପୂର୍ବରୁ ବାପା ଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ମାସେ ପୂର୍ବରୁ ବୃଦ୍ଧା ମା ଙ୍କର ମଧ୍ଯ ମୃତ୍ୟୁ ହୋଇଛି ।

ଏବେ ସଂପୂର୍ଣ୍ଣ ପରିବାର ଅସହାୟ ହୋଇ ପଡିଛନ୍ତି । ନରହରିଙ୍କ ବୃଦ୍ଧା ମା ଯାହା ମାଗି ଯାଚି ଆଣୁଥିଲେ ସେଥିରେ ପୁରା ପରିବାର ଦୁଃଖେ ସୁଖେ ଚଳି ଯାଉଥିଲେ । ଏବେ ଦଦରା ନାଆରେ ବସିଛନ୍ତି ପରିବାର । ଅନ୍ୟପଟେ ନରହରିଙ୍କ ବଡ଼ ପୁଅ ଦଶମରେ ପାଠ ପଢୁଥିବା ବେଳେ ସାନ ପୁଅର ପଞ୍ଚମ ଶ୍ରେଣୀ ରେ ପଢୁଛି । ଆର୍ଥିକ ଅଭାବ ଅନାଟନ ରୁ ପିଲା ଦୁଇ ଜଣ ଠିକ୍ ରେ ପାଠ ପଢି ପାରୁ ନାହାଁନ୍ତି । ତେଣୁ ନରହରୀଙ୍କ ପତ୍ନୀ ଅହଲ୍ୟା ବାରିକ ତାଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି  । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଗରିବ ପରିବାରକୁ ସହାୟତା ର ହାତ ବଢ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେଣୁ ସରକାର ଉକ୍ତ ପିଲା ଦୁଇଟିଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *