ସାଲେପୁର,୨୦/୦୯/୨୦୨୬(ଓଡିଶା ସମାଚାର/ ଅଭୟ ଜେନା )ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସାଲେପୁର ଅଞ୍ଚଳରେ ପୂଜା ପାଉଥିବା ପ୍ରଭୁ ଗଜାନନ ଙ୍କ ବିଭିନ୍ନ ପୂଜା ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଙ୍ଗଠନ ଓଡ଼ିଶାର ଉପସଭାପତି ତଥା କଂଗ୍ରେସ ନେତା ହରିବନ୍ଧୁ ଶତପଥୀ।ଏହି ଗଣେଶ ପୂଜା ରେ ସାଲେପୁର ନିର୍ବାଚନ ମଣ୍ଡଳୀ ରେ ପୂଜା କରାଯାଉଥିବା ପ୍ରାୟ ୧୭୦ ରୁ ଉର୍ଦ୍ଧ୍ବ ମଣ୍ଡପ ବୁଲି ଦେଖିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ସମସ୍ତ ଗଣେଶ ପୂଜା କମିଟି ପକ୍ଷରୁ ଶ୍ରୀଯୁକ୍ତ ଶତପଥୀ ଙ୍କୁ ସମସ୍ତ ସଦସ୍ୟ ସମ୍ବର୍ଦ୍ଧିତ କରିଥିଲେ। ଏହି ପୂଜା ମଣ୍ଡପ ବୁଲିବା ସହିତ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କଣ୍ଟାସାହି, ମାଛୁଆତି,ରୋଧପୁର, ଚନ୍ଦ୍ରାଦେଇପୁର, ଲୁଣାହାର, ବୋଦାମୁଣ୍ଡାଇ, କୁସମ୍ବି, ରାଇସୁଙ୍ଗୁଡା, ମିର୍ଜାପୁର,ପଟୁଆ,ଜପକୂଦ, ମାଳ, ନରଦା, ରାମେଶ୍ୱର, ଗୋପୀନାଥ ପୁର, ପାଗା, ଗୁଜରପୁର, ଭଇରପୁର,ପିର ବଜାର, ପଦ୍ମପୁର,ମଧ୍ୟକଛ, ବହୁଗ୍ରାମ,ସଉରୀ,ନାନ୍ଦୋଳ,ଶିଶୁଆ ,ତରିତୋ,ବୋଇଲେ, ପୁରୁଣା ହାଟ, ସୁଦୁଖଣ୍ଡ, ସହିତ ଅନେକ ପୂଜା ମଣ୍ଡପ ବୁଲି ଛନ୍ତି ।
