ପାଲେଷ୍ଟାଇନର ସ୍ବାଧୀନତା ପାଇଁ ଗାଜାରେ ନରସିଂହାର ବନ୍ଦ କରିବାକୁ ମାଲେସିଆରେ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଫୁଲ୍ଲ ସାମନ୍ତରାଙ୍କ ଆହ୍ବାନ

ଭୁବନେଶ୍ୱର,୧୧/୦୮/୨୦୨୫ (ଓଡ଼ିଶା ସମାଚାର)-ମାଲେସିଆର ରାଜଧାନୀ କୁଆଲାଲାମପୁର ନିକଟସ୍ଥ ସେଲେଙ୍ଗର ଠାରେ ଗତ ଅଗଷ୍ଟ ୭ରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ୧୬ଟି ଦେଶର ମାନବିକ ଅଧିକାର, ପାଲେଷ୍ଟାଇନର ସ୍ବାଧୀନତା ପାଇଁ ସହଯୋଗ କରୁଥିବା ଜନ ସଂଗଠନମାନଙ୍କ ପ୍ରତିନିଧିମାନଙ୍କ ସମ୍ମିଳନୀ ମାଲେସିଆର ନାଗରିକ ସଂଗଠନର ଅଧ୍ୟକ୍ଷ ମହମ୍ମଦ ଆଜମି ଅବଦୁଲ ହମିଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଭାରତ, ମାଲେସିଆ, ଇରାନ, ଜୋର୍ଡାନ, ମରିସସ, ଇଣ୍ଡୋନେସିଆ, ସ୍ପେନ, ବାଙ୍ଗଲାଦେଶ, ଟୁନିସିଆ ସମେତ ୧୬ଟି ଦେଶରୁ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି।

ପାଲେଷ୍ଟାଇନର ସଂଗ୍ରାମରତ ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା ଯେ, ଗାଜାରେ ବୋମା ପକାଇ ଗଣହତ୍ୟା କରୁଛି ଇସ୍ରାଏଲ। ଏହା ସହ ରିଲିଫ ସାମଗ୍ରୀ ପରିବହନ ନିଷେଧ କରି ଶିଶୁ – ବୃଦ୍ଧଙ୍କୁ ଭୋକିଳାରେ ମାରୁଛି। ଅତି ବର୍ବରତାର ସହ ମାନବତା ଉପରେ ଆକ୍ରମଣ ହେଲା ବେଳେ ପୃଥିବୀର ବହୁ ବିକଶିତ ଓ ବିକାଶଶୀଳ ଦେଶର ସରକାରମାନେ ନିରବ।

ଏହି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି ପୃଥିବୀର ବିଭିନ୍ନ ଦେଶରୁ ସମୁଦ୍ର ପଥରେ ଏକ ହଜାର ନୌକା ଓ ଜାହାଜ ରିଲିଫ ନେଇ ପାଲେଷ୍ଟାଇନ ସମର୍ଥକମାନେ ଯାତ୍ରା କରିବେ ଗାଜାରେ ପହଞ୍ଚିବା ପାଇଁ। ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଇ ଗ୍ରୀନ ନୋବେଲ ବିଜେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଜଣାଇଛନ୍ତି ଯେ, ଭାରତ ଜନ ସାଧାରଣଙ୍କ ଉପରେ ଅନେକ ଦେଶର ପ୍ରତିନିଧିମାନେ ଭରସା ଅଛି, ତେଣୁ  ଗାଜାକୁ ବଞ୍ଚାଇବାକୁ ସହଯୋଗ ମିଳିବ। ଏହି ସମ୍ମିଳନୀରେ ଶ୍ରୀ ସାମନ୍ତରାଙ୍କ ସହ ଇଣ୍ଡିଆ – ପାଲେଷ୍ଟାଇନ ସଲିଡାରିଟ ଫୋରମର ସାଧାରଣ ସମ୍ପାଦକ ଫିରୋଜ ମିଠିବୋରୱେଲ ଓ ହାଇଦ୍ରାବାଦର ନିକିତା ନାଇଡୁ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *