ବର୍ଯ୍ୟବସ୍ତୁରୁ କଳାକୃତି ପ୍ରସ୍ତୁତି ପ୍ରତିଯୋଗିତା ଓ ପ୍ରଦର୍ଶନୀ

ଭୁବନେଶ୍ୱର,୧୯/୦୪/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପଦ୍ମାବତୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ କାନନ ବିହାରସ୍ଥିତ ଆଚିଭର୍ସ ଅଫ୍ ମଡର୍ନ ଏରା ଟ୍ୟୁଟୋରିଆଲ ପରିସରରେ ବର୍ଜ୍ୟବସ୍ତୁ ରୁ ବିଭିନ୍ନ କଳାକୃତି ଓ ଉପଯୋଗୀ ପଦାର୍ଥ ପ୍ରସ୍ତୁତି ପ୍ରତିଯୋଗିତା ସହିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି।

ବିଭିନ୍ନ ପ୍ରକାରର ଅଦରକାରୀ ବର୍ଜ୍ୟବସ୍ତୁ କୁ ବ୍ୟବହାର କରି ଉପଯୋଗୀ ପଦାର୍ଥ ଓ କଳାକୃତି ପ୍ରସ୍ତୁତି ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତୃତୀୟ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ପଚାଶ ଜଣ ଆଗ୍ରହୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ବର୍ଜ୍ୟବସ୍ତୁ ରୁ ବିଭିନ୍ନ ପଦାର୍ଥ ପ୍ରସ୍ତୁତ କରିଥିଲେ। ଏହି ଉତ୍ସବ ରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ ର ଡିନ୍ ଡକ୍ଟର ଶୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏତଦବ୍ୟତୀତ ଓ ଡି ଏମ୍ ସ୍କୁଲର ପଦାର୍ଥ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟକାନ୍ତ ପରମଗୁରୁ, କ୍ରିଏଟିଭ କିଡ୍ସ ସ୍କୁଲର ପ୍ରିନ୍ସିପାଲ ସୁସ୍ମିତା ଶତପଥୀ,‌ ହୋପ୍ ଫାଉଣ୍ଡେସନ ର ସଭାପତି ବିକ୍ରମ ନାୟକ, ସିରିଏଲ୍ କଳାକାର ଲିଙ୍କୁନ୍ ଚୌଧୁରୀ ଓ ଲେଡି ପ୍ରୋଟେକ୍ଟିଭ ଟିମ୍ ର ସଭାପତି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏ‌ହି କାର୍ଯ୍ୟକ୍ରମ କୁ ପଦ୍ମାବତୀ ମେମୋରିଆଲ ଟ୍ରଷ୍ଟ ର ଅଧ୍ୟକ୍ଷ  ଜନ୍ମେଜୟ ପଣ୍ଡା ଓ ମ୍ୟାନେଜିଂ ଟ୍ରଷ୍ଟି ଶୁଭଲକ୍ଷ୍ମୀ ରଥ ପରିଚାଳନା କରିଥିଲେ।

 

Leave a Reply

Your email address will not be published. Required fields are marked *