କେନ୍ଦ୍ରାପଡ଼ା,୧୯/୦୯/୨୦୨୫(ଓଡ଼ିଶା ସମାଚାର)- ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଉପଲକ୍ଷେ ଆୟୋଜିତ ଏକ ଦିବସୀୟ ସର୍ବବୃହତ ଚାରା ରୋପଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସି, ଯୁବରେଡକ୍ରସ ଶାଖା ଓ ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨ଶହରୁ ଉଦ୍ଧ୍ୱର୍ ବିଭିନ୍ନ ବୃକ୍ଷର ଚାରା ମହାବିଦ୍ୟାଳୟ ପରିସର ଏବଂ ସ୍ଥାନୀୟ କଜଳାସ୍ଥିତ ଶିବମ କଲୋନୀରେ ରୋପଣ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ଏନସିସି ବାଳକ ବିଭାଗ ଅଧିକାରୀ ଲେଫ୍ଟନା ରଜନୀକାନ୍ତ ତ୍ରିପାଠୀ ଓ ଏନସିସି ବାଳିକା ବିଭାଗ ଅଧିକାରୀ କ୍ୟାପଟେନ ସୀମା ମହାନ୍ତି, ଯୁବରେଡକ୍ରସ
ପରାମର୍ଶଦାତା ତଥା ଜିଲା ସମ୍ପାଦକ ବିକାଶ କୁମାର ନାୟକ ଏବଂ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପ୍ରମୋଦ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
ଏକଶହରୁ ଉଦ୍ଧ୍ୱର୍ ସ୍ୱେଛାସେବୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ‘ଜୀବନ ପାଇଁ ବୃକ୍ଷ ଟିଏ’ ର ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଆଇ.କୁ୍ୟ.ଏ.ସି. ସଂଯୋଜିକା ଡ. ଦିପ୍ତୀ ରାୟ, ପ୍ରାଧ୍ୟାପକ ରମାନାଥ ମହାନ୍ତି, ପ୍ରାଧ୍ୟାପକ ଡ. ଗୌରପ୍ରସାଦ ଷଡଙ୍ଗୀ, ଡ. ରତ୍ନମଞ୍ଜରୀ ଦାସ, ହିମାଂଶୁଶେଖର ମହାପାତ୍ର, ଡ. ଦେବକାନ୍ତ ଷଡଙ୍ଗୀ,ଡ.ପୂର୍ବାଶା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ଅଧ୍ୟାପକ,ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ସମାଜସେବୀ ରମାନାଥ ସାମନ୍ତରାୟ ସହଯୋଗ କରିଥିଲେ ।
