ବିଶ୍ୱାଳପଡା ସଵଳପୁର ପ୍ରାଥମିକ ବିଦ୍ୟାଳୟରରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନୁଷ୍ଠିତ

କଟକ, ୧୯/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା)କଟକ ସଦର ଥାନା ଅନ୍ତର୍ଗତ ଵିଶ୍ୱ।ଳପଡା-ସଵଳପୁର ପ୍ରାଥମିକ ବିଦ୍ୟାଳୟଠାରେ ସେବା ସଂକଳ୍ପ ଅଭିଯାନ -୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଆୟୋଜିତ ସଭାରେ ଆମଣ ଗ୍ରାମପଞ୍ଚାୟତ ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ, ବିଶ୍ୱାଳପଡା-ସଵଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଙ୍ଗରାଜ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ସିଂ, ସହକାରୀ ଶିକ୍ଷକ ନୀଳାଦ୍ରି ମିଶ୍ର, ଅଙ୍ଗନବାଡ଼ି କର୍ମୀ ଵନଲତା ମହାନ୍ତି, ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ସେବା ସଙ୍କଳ୍ପ ଅଭିଯାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସର୍ବଶେଷରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *