କଟକ ୦୩/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) ସୌମ୍ୟ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲର ହାସ୍ୟରସାତ୍ମକ କ୍ଷୁଦ୍ର ଚଳଚିତ୍ର ଡୁଏଲ ସିମର ସୁଟିଂ କାର୍ଯ୍ୟ ପ୍ରତାପ ନଗରୀ ଧାକୁଲେଇ ପୀଠ ଓ ନୂଆଗଡର ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ସମାପ୍ତ ହୋଇଛି । ଏହାର କାହାଣୀ ଓ ନିର୍ଦ୍ଦେଶନାରେ ଉମାକାନ୍ତ ଥିବାବେଳେ ଅଭିନୟରେ ସୌମ୍ୟରଞ୍ଜନ ଶତପଥୀ, ପ୍ରିୟଙ୍କା,ପାୟଲ, ପ୍ରଦୀପ୍ତ,ନିରଞ୍ଜନ ନିରୁଆ,ଶରତ, ସୁବାସ,ମାନସ ଅଛନ୍ତି। ଏହାର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ସରିବା ପରେ ଖୁବ ଶୀଘ୍ର ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ସୌମ୍ୟ ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିବ ବୋଲି ମୁଖ୍ୟ ବ୍ୟବସ୍ଥାପକ ନିରଞ୍ଜନ ନିରୁଆଙ୍କ ସୂତ୍ରରୁ ଜଣାପଡ଼ିଛି।
ମୁକ୍ତିଲାଭ ଅପେକ୍ଷାରେ ହାସ୍ୟରସାତ୍ମକ କ୍ଷୁଦ୍ର ଚଳଚିତ୍ର” ଡୁଏଲ ସିମ “
