କଟକ ସଦର,୧୨/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ଠାରେ ଥିବା ସର୍ଵ ପୁରାତନ ସରକାରୀ ଗୋପାଳ ସ୍ମୃତି ବିଦ୍ୟାପୀଠରେ ଆଜି ଗୁରୁବାର ଦିନ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅଧିକ୍ଷକ ଡ଼ାଃ ପ୍ରଶାନ୍ତ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଏକ ସ୍ୱ।ସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡ଼ାଃ ଶୁଭାଶିଷ ଶତପଥୀ ଓ ଡ଼ାଃ ଦେଵଶ୍ରୀ ଵୁକୁଲିମା ଯୋଗଦେଇ ରୋଗର କାରଣ, ନିରାକରଣ ଓ ପ୍ରଶମନ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ପିଏଚଇଓ ସସ୍ମିତା ମହାପାତ୍ର, ପ୍ରକାଶ ବାରିକ,ଜୈ।ସ୍ନାରାଣୀ ପଣ୍ଡା, ସତ୍ୟଜିତ ସାମଲଙ୍କ ସତେତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ତ୍ରିପାଠୀ, ମମତାମୟୀ ବାରିକ, ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ସହାୟତା କରିଥିଲେ ।