ଯାଜପୁର , ୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):- ଯାଜପୁର ଟାଉନ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟ ପରିସରରେ ୫ଟି ଅଧକ୍ଷ ଶ୍ରୀ ଭି କେ ପାଣ୍ଡିୟାନ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜିଲ୍ଲାର ଚତୁର୍ଥ ପର୍ଯ୍ୟାୟରେ ୮୭ଗୋଟି ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରଣ କୁ ଛାତ୍ର ଛାତ୍ରୀ ମାନଙ୍କୁ ସର୍ବୋତ୍କୃଷ୍ଟ ଶିକ୍ଷା ପ୍ରଦାନର ବ୍ୟବସ୍ଥା କୁ ଲୋକାର୍ପଣ କରିଛନ୍ତି। ସମସ୍ତ ବିଦ୍ୟାଳୟ ଗୁଡିକରେ ଥିବା ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ , ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଶିକ୍ଷା ହେଉଛି ଏକ ଗୁରୁତ୍ଵ ପୂର୍ଣ୍ଣ ବ୍ୟବସ୍ଥା ଯାହା ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ କରିଥାଏ। 5ଟି ମନ୍ତ୍ରରେ ରାଜ୍ୟ ସରକାର ଓଡ଼ିଶାକୁ ଏକ ସଶକ୍ତ ନବୀନ ଓଡ଼ିଶାରେ ପରିଣତ କରିବା ପାଇଁ ଚିକିତ୍ସା ବ୍ୟବସ୍ଥା, ଗ୍ରାମ ପଞ୍ଚାୟତ, ପାନୀୟ ଜଳ, କ୍ରୀଡା, ବିଦ୍ୟାଳୟ,ମହାବିଦ୍ୟାଳୟ ସବୁର ରୂପାନ୍ତରଣ କାର୍ଯ୍ୟ ଚାଲୁରଖିଛନ୍ତି।
ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପଢ଼ିବା ପାଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ୫୦ ଶତକଡ଼ା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏଣୁ ଛାତ୍ର ଛାତ୍ରୀ ମାନେ 5ଟି ରୂପାନ୍ତରଣ ସ୍କୁଲର ସମସ୍ତ ସୁବିଧା ନେଇ ସାଧୁତା ସହ ସମୟକୁ ସଦୂପଯୋକରି ରାଜ୍ୟର ଓ ଦେଶର ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ।
ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ 5ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ମନ୍ତ୍ରୀ ବିଜ୍ଞାନ ଓ କାରିଗରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷ୍ୟୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତୀରଞ୍ଜନ ଘଡ଼ାଇ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଲୋକସଭା ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ବିଧାୟକ ଯାଜପୁର ତଥା ରାଜ୍ୟ ବିଜୁ ଜନତା ଦଳ ସାଂଗଠନିକ ସଂପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ବିଧାୟକ କୋରାଇ ଶ୍ରୀଯୁକ୍ତ ଅଶୋକ କୁମାର ବଳ, ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀଯୁକ୍ତ ଗଣେଶ୍ୱର ବରାଳ, ସରକାରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟ ଛାତ୍ରୀ କୁମାରୀ ସାଏକ୍ରିଷ୍ଣା ପଣ୍ଡା ମଞ୍ଚାସୀନ ଥିଲେ।
ବିଧାୟକ ଯାଜପୁର ତଥା ରାଜ୍ୟ ବିଜୁ ଜନତା ଦଳ ସାଂଗଠନିକ ସଂପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ନିଜ ଅଭିଭାଷଣରେ ଯାଜପୁର ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ହସ୍ପିଟାଲ, ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଦୃତ ଗତିରେ ଆଗେଇ ଚାଲିଛି ବୋଲି କହିଥିଲେ ।
ଆମ ଓଡ଼ିଶା ନବୀନ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ର ଏବଂ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆଣ ଙ୍କ ର ବିଶ୍ୱାସ କେବଳ ଯାଜପୁର ଜିଲ୍ଲା ନୁହଁ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାବାସୀ ମନେ ରଖିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ର 24 * 7 ଓଡ଼ିଶାକୁ ଏକ ନବୀନ ଓଡ଼ିଶାରେ ପରିଣତ ପାଇଁ ଏବଂ ପ୍ରବାଦ ପୁରୁଷ ସର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଯେଉଁ ଅବିରତ ଚିନ୍ତନ ଓ ଉଦ୍ୟମ, ଏହା ବିଶ୍ଵ ଦରବାରରେ ନବୀନ ପଟ୍ଟନାୟକଙ୍କୁ ପରିଚୟ କରି ପାରିଛି ତାହା ଅବିସ୍ମରଣୀୟ ଅଟେ।
5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଆଭାଶି ମାଧ୍ୟମରେ ଉଚ୍ଚ ମାଧ୍ୟମିକ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ କୁମାରୀ ସାଈ କ୍ରୀଷ୍ଣା ପଣ୍ଡାଙ୍କୁ 5ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଦ୍ଵାରା ଛାତ୍ର ଛାତ୍ରୀ ମାନେ ସୈଖିକ ପରିବେଶର ସମୟ ଅନୁଯାଇ କିଭଳି ପିଲାମାନେ ଶିକ୍ଷା ବ୍ୟବସ୍ଥାରେ ଅଧିକରୁ ଅଧିକ ସୁଫଳ ପାଉଛନ୍ତି ସେ ସମ୍ଵନ୍ଧରେ ପଚାରିବୁଝି ସନ୍ତୋଷ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ପାଳ ସଭାରେ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଶାଶ୍ଵତୀ ଏସ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ନବକୃଷ୍ଣ ଜେନା,ଶ୍ରୀଯୁକ୍ତ କର୍ଣାଟ କେଶରୀ ଦାସ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ମଲ୍ଲିକ, ସରକାରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି,ବ୍ଲକ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ,ଯାଜପୁର ବି ଡି ଓ ସୌରଭ ଚକ୍ରବର୍ତ୍ତୀ, ଅଭିଭାବକ,ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତା, ଜନ ପ୍ରତିନିଧି ଓ ଛାତ୍ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।