ମାହାଙ୍ଗା ୧୬/୮/୨୦୨୪ (ଓଡ଼ିଶା ସମାଚାର/ ଅଭୟ ଜେନା)- ଜଣେ ନିରୀହ ଲୋକକୁ ବାନ୍ଧି ଆଣି ପୋଲିସ ମାମଲା ରୁଜୁ କରିବାକୁ ନେଇ ଘଟିଛି ହାଇ ଡ୍ରାମା । ନିରୀହ ସ୍ୱାମୀ ଶଙ୍କର ଦାସ ଙ୍କୁ ଛାଡ଼ିଦେବା ପାଇଁ ମହିଳା ଜଣକ ଥାନାରେ ପୋଲିସ କୁ ଯେତେ କାକୁତି ମିନତୀ ହେଲେବି , ଶୁଣିଲାନି ପୋଲିସ । ବରଂ ମିଛ ସାକ୍ଷୀ ଯୋଗାଡ଼ କରି ଶିଶିର ଜେନା ନାମକ ଜଣେ ଲୋକକୁ ରାତାରାତି ଉଠାଇ ଆଣିଥିବା ଅଭିଯୋଗ ହୋଇଛି । ଥାନାରେ ସାକ୍ଷୀ କୁ ନିସ୍ତୁକ ମାଡ଼ ହେଲା ପରେ ବନ୍ଧୁକ ଦେଖାଇ ଧମକ ଦେଇ ଶଙ୍କରଦାସ ବିରୁଦ୍ଧରେ ବୟାନ ଦେବାକୁ କହିଥିଲା ପୋଲିସ । ନିରୀହ ସ୍ୱାମୀ କୁ ପୋଲିସ୍ ନଛାଡ଼ିବାରୁ ଥାନା ଆଗରେ ଆନନ୍ଦପୁର ପଞ୍ଚାୟତ ଖର୍ତାଙ୍ଗ ଗ୍ରାମର ରଶ୍ମିତା ଦାସ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ । ମହିଳାଙ୍କ ଶରୀରର ୫୪ ପ୍ରତିଶତ ପୋଡ଼ି ଯାଇଥବଡ଼ାକ୍ତର କହିଛନ୍ତି । ମହିଳାଙ୍କୁ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
ମାହାଙ୍ଗା ପୋଲିସ ବିରୁଦ୍ଧରେଏଭଳି ସାଙ୍ଘାତିକ ଅଭିଯୋଗ ଆସିବାରୁ ମାହାଙ୍ଗା ଅଂଚଳରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଛ ମାମଲାରେ ପୋଲିସ ର ଷଢ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ସବୁ ସତ୍ୟ ସାମ୍ନାକୁ ଆସିବାରୁ ଏବେ ପୋଲିସ୍ ଅଡୁଆରେ । କଟକ ବଡ଼ ଡ଼ାକ୍ତରଖାନାରେ ରଶ୍ମିତା ଜୀବନ ମରଣ ସଂଗ୍ରାମ କରୁଛି ।