ମଞ୍ଚ ନିର୍ଦ୍ଦେଶକ ବିଶ୍ୱନାଥ ପଲେଇ ଦୁର୍ଘଟଣାରେ ଗୁରୁତର ଆହତ

ମାହାଙ୍ଗା, ୧୯/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ, ସଂଗୀତାକର, ଯାତ୍ରା ଓସ୍ତାଦ ବିଶ୍ୱନାଥ ପଲେଇ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ଗେଙ୍ଗୁଟି ଦୁଆବ ଅଞ୍ଚଳ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ବିଶ୍ୱନାଥଙ୍କ ଘର ହୋଇଥିବା ବେଳେ ସେ କୌଣସି ଏକ କାର୍ଯ୍ୟରେ ମୂଳବସନ୍ତ ପଞ୍ଚାୟତକୁ ସାଇକେଲ ଯୋଗେ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ତାଙ୍କ ଡାହାଣ ଗୋଡ଼ ଅଣ୍ଟା ତଳକୁ ଭାଙ୍ଗିଯାଇଛି । ଏବେ ତାଙ୍କର ଚିକିତ୍ସା ଜାରୀ ରହିଛି । ପରୀକ୍ଷା ନିରୀକ୍ଷା ପରେ ଖୁବ ଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯାଇପାରେ ବୋଲି ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ୯୫ ବର୍ଷ ରୁ ଉର୍ଦ୍ଧ୍ଵ ବୟସ ହୋଇଥିବାରୁ, ସବୁ ଦିଗକୁ ଦୃଷ୍ଟିରେ ରଖି ଅପରେସନ ପାଇଁ ନିଷ୍ପତି ନିଆଯିବ । ଏହି ମଞ୍ଚ ନିର୍ଦ୍ଦେଶକ ତଥା ସଂଗୀତାକର ଓ କଣ୍ଠଶିଳ୍ପୀ ତଥା ହାରମୋନିୟମ ମାଷ୍ଟର ବିଶ୍ୱନାଥ ପଲେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ କଳାକାର ଜୀବନର ପରାକାଷ୍ଠା ପାଇଁ ବେଶ ପରିଚିତ ।

ବିଶ୍ୱନାଥଙ୍କ ଆଶୁ ଆରୋଗ୍ୟ ପାଇଁ ଶିକ୍ଷାବିତ ବଟ କିଶୋର ପଣ୍ଡା,ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତି, ଶିକ୍ଷାବିତ ମୋହି ଉଦ୍ଦିନ ଖାଁ, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ,ବରିଷ୍ଠ ନାଗରିକ ସୁନାକର ବେହେରା,କବି ପ୍ରଶାନ୍ତ କୁମାର କର,ଡକ୍ଟର ଭାବଗ୍ରାହୀ ରାଉତ,ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା,ପୂର୍ବତନ ସରପଞ୍ଚ ସୁବାସ ବେହେରା,ନାଟ୍ୟ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି, ଜୟଦେବ ମହାନ୍ତି, ଭଜମନ ସ୍ୱାଇଁ, ହୃଷିକେଶ ବେହେରା, କେଶବ ଚନ୍ଦ୍ର ବାରିକ,ଦାମୋଦର ପଲେଇ, ସୁଦାମ ପଲେଇ, ନଗେନ ବେହୁରା, ଅପର୍ତ୍ତି ବେହେରା,ବିଜୟ କୁମାର ଦାଶ, ଗୋବିନ୍ଦ ଦାସ, ଅଫସର ତୁଲ୍ଲା ସୁଧୀର ମହାନ୍ତି, ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ଅଲେଖ ଚନ୍ଦ୍ର ଦାସ, ଗଣେଶ ବେହାରୀ, ବାସବ ବେହେରା, ସୁଶାନ୍ତ ନନ୍ଦ, ବିଦ୍ୟାଧର ବେହେରା, ରଞ୍ଜନ ବଳବନ୍ତରାୟ, ଜିତେନ୍ ରାଉତରାୟ, ରବି ଦାସ, ସୁଜୟ ବେହେରା, ଭାଗ୍ୟଧର ମହାନ୍ତି, ପ୍ରମୁଖ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *