ଖୋର୍ଦ୍ଧା, ୭/୧/୨୪(ଓଡ଼ିଶା ସମାଚାର/ଦୀପକ ପ୍ରଧାନ)- ଟାଙ୍ଗୀ ବ୍ଲକ ନିରାକାରପୁର ମଞ୍ଜାରିଆ ପାଟଣା ଖେଳ ପଡ଼ିଆ ଠାରେ ଦୁଇ ଦିନିଆ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।
ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ ଉପସ୍ଥିତ ରହି କ୍ରିକେଟ ଟିମ୍ ର ସମସ୍ତ ଖେଳାଳିଙ୍କୁ ଉତ୍ସାହିତ ଓ କରମର୍ଦ୍ଦନ କରି ପ୍ରଥମେ ଟୁର୍ଣ୍ଣାମେଣ୍ଟ କୁ ବ୍ୟାଟିଂ କରି ଉଦଘାଟନ କରିଥିଲେ ।
ଉଦ୍ଘାଟନି ମ୍ୟାଚରେ ସ୍ଥାନୀୟ ଜୁଵନେତା ଶୁଭମ୍ ଦାଶ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସମସ୍ତ କର୍ମକର୍ତ୍ତା ମାନେ ଅତିଥିମାନଙ୍କୁ ଭବ୍ୟ ସ୍ଵାଗତ ଜଣାଇଥିଲେ। ସାମ୍ବାଦିକ ବିକ୍ରମ କେଶରୀ ସାହୁ,ବିଭୁତି ଭୁଷଣ ଦାଶ ପ୍ରକାଶ କୁମାର ବଳିୟାର ସିଂହ ବାଲୁଙ୍କେଶ୍ୱର ବେହେରା ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ଦହିଖାଇ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
