କଟକ ସଦର, ୩୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳରେ ଥିବା ପ୍ରସିଦ୍ଧ ପରମହଂସ ନାଥ ଦେବଙ୍କ ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ଲୋକାଚାର ଶୁଭ ଦେବ ଦମ୍ପତି ଵିଵାହ ଯଥାବିଧି ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ଧୁମଧାମରେ ଆଜି ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଛି।

ଵର ପିତା ପ୍ରଶନ୍ନ ପଣ୍ଡା ଓ କନ୍ୟା ପିତା ବୃନ୍ଦାବନ ଦାଶ ବେଦିରେ ବସି ବିଭାଘର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରବିବାର ଦିନ କନ୍ୟାଙ୍କୁ ନେଇ ବର ରୋଷଣୀ ଶୋଭାଯାତ୍ରାରେ ସାହି ପରିକ୍ରମା ସହ ବର ବାହୁଡା଼ ହେବ ବୋଲି ଜଣାପଡିଛି। ଉକ୍ତ ପବିତ୍ର କାର୍ଯ୍ୟକ୍ରମ କୁ ପରମହଂସ ନାଥ ଟ୍ରଷ୍ଟ ବୋର୍ଡ, ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ସମେତ ସାଧୁ ଚରଣ ପଣ୍ଡା, ଜଗନ୍ନାଥ ପଣ୍ଡା,ବିକ୍ରମ ରାଉତ, ସୁଶିଲ ଦଳେଇ, ସନ୍ତୋଷ ରଥ, ରବିନାରାୟଣ ସିଂ, ତ୍ରିଲୋଚନ ପଣ୍ଡା, ଲକ୍ଷ୍ମୀଧର ରାଉତ ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ।
